ଲାଭାଂଶ ଦୃଷ୍ଟିରୁ ଦେଖିଲେ, ପ୍ରତି ମାସର ମୋଟ ବିକ୍ରି ଉପରେ କେନ୍ଦ୍ର ମାଲିକଙ୍କୁ ୨୦ ପ୍ରତିଶତ କମିଶନ ମିଳିଥାଏ ଏବଂ ଉତ୍ତମ ପ୍ରଦର୍ଶନ ତଥା ଅଧିକ ବିକ୍ରି କଲେ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନର ମଧ୍ୟ ବ୍ୟବସ୍ଥା ରହିଛି। ଏହି ଯୋଜନାରେ ଆବେଦନ କରିବା ପାଇଁ ସାଧାରଣ ବର୍ଗର ଆବେଦନକାରୀଙ୍କ ନିମନ୍ତେ ୫,୦୦୦ ଟଙ୍କାର ଅଣ-ଫେରସ୍ତଯୋଗ୍ୟ ଫି’ ନିର୍ଦ୍ଧାରଣ କରାଯାଇଛି।
କିନ୍ତୁ ମହିଳା ଉଦ୍ୟୋଗୀ, ଦିବ୍ୟାଙ୍ଗ, ଅନୁସୂଚିତ ଜାତି ଓ ଜନଜାତି ବର୍ଗ ତଥା ହିମାଳୟ ଅଞ୍ଚଳ, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ଦ୍ୱୀପପୁଞ୍ଜର ବାସିନ୍ଦାମାନଙ୍କ ପାଇଁ ଏହି ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରାଯାଇଥିବାରୁ ସେମାନେ ବିନା କୌଣସି ଫି’ରେ ଆବେଦନ କରିପାରିବେ ।
ଆଗ୍ରହୀ ବ୍ୟକ୍ତିମାନେ ସରକାରୀ ୱେବସାଇଟ୍ janaushadhi.gov.in କୁ ଯାଇ ଅନଲାଇନ୍ ଯୋଗେ ସହଜରେ ଆବେଦନ ପ୍ରକ୍ରିୟା ଶେଷ କରିପାରିବେ। ଏଥିପାଇଁ ହୋମ୍ ପେଜ୍ରେ ଥିବା ‘ଆପ୍ଲାଏ ଫର୍ କେନ୍ଦ୍ର’ ବିକଳ୍ପରେ କ୍ଲିକ୍ କରି ‘କ୍ଲିକ୍ ହିଅର ଟୁ ଆପ୍ଲାଏ’ ଓ ଶେଷରେ ‘ରଜିଷ୍ଟର୍ ନାଓ’ ଉପରେ ଯାଇ ଖୋଲିଥିବା ଫର୍ମରେ ନିଜର ସମସ୍ତ ବ୍ୟକ୍ତିଗତ ତଥ୍ୟ, ରାଜ୍ୟ ଏବଂ ଏକ ସୁରକ୍ଷିତ ପାସୱାର୍ଡ ଦେଇ ଫର୍ମଟିକୁ ସବମିଟ୍ କରିବାକୁ ହେବ ।
