ବାଲିପାଟଣା:ଭୁବନେଶ୍ବର ଉପକଣ୍ଠରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବାଲିପାଟଣା ଥାନାର ହଂସପାଳ- ଅଭୟମୁଖି ଗୋପ ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ସାହେବନଗରଠାରେ ୨ ଜଣ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି । ଭାରତ ଫାଇନାନ୍ସର ୨ ଜଣ କର୍ମଚାରୀଙ୍କ ବେକରେ କଟୁରୀ ଲଗାଇ ୨ ଜଣ ଲୁଟେରା ଲୁଟ କରିଛନ୍ତି ।
ସଚନାମୁତାବକ, ଭାରତ ଫାଇନାନ୍ସର ୨ କର୍ମଚାରୀ ମହେଶ ବେହେରା ଏବଂ ଆଲୋକ ନାଥ ଜୟଦେବ ନିକଟରୁ ଋଣ ଟଙ୍କା ଆଦାୟ କରି ଆସୁଥିଲେ । ସେହି ସମୟରେ ସାହେବନଗରଠାରେ ୨ ଜଣ ମୁଖା ପିନ୍ଧା ଲୁଟେରା ବାଇକରେ ଆସି ଫାଇନାନ୍ସ କର୍ମଚାରୀଙ୍କୁ ଅଟକାଇଥିଲେ ଓ ବେକରେ ଏକ ତେଲେଙ୍ଗାକଟୁରୀ ଲଗାଇ ଧମକାଇ ୧୫ ହଜାର ଟଙ୍କାସହ ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ । ବ୍ୟାଗରେ ଫାଇନାନ୍ସ କର୍ମଚାରୀଙ୍କର ଟ୍ୟାବ୍ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିଲା । ଏ ନେଇ ଫାଇନାନ୍ସ କର୍ମଚାରୀମନେ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।
