ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଅସ୍ଥିରତା ମଧ୍ୟରେ ଅନେକ ଦେଶ ନିଜର ବିମାନ ସେବା ବାତିଲ କରିଥିବା ବେଳେ ଇରାନର ଏହି ପ୍ରସ୍ତାବକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ବିଶେଷ କରି ଇରାନରେ ରହୁଥିବା ଭାରତୀୟ ନାଗରିକ, ବ୍ୟବସାୟୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସିଧାସଳଖ ବିମାନ ଯୋଗାଯୋଗ ଏକ ବଡ଼ ଆଶ୍ୱାସନା ହୋଇପାରେ।
ତେବେ ମଧ୍ୟପ୍ରାଚ୍ୟର ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ଏବଂ ଆକାଶମାର୍ଗର ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତର ବୈଦେଶିକ ମନ୍ତ୍ରାଳୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ପ୍ରସ୍ତାବର ସମୀକ୍ଷା କରୁଛନ୍ତି। ଆମେରିକାର ପ୍ରତିବନ୍ଧକ ଓ ସୁରକ୍ଷା ସମ୍ବନ୍ଧୀୟ ଦିଗଗୁଡ଼ିକୁ ଅନୁଧ୍ୟାନ କରିବା ପରେ ଭାରତ ସରକାର ଏହାଉପରେ ଅନ୍ତିମ ନିଷ୍ପତ୍ତି ନେବେ।
