ଗଛରେ ପିଟି ହେଲା ବସ୍: ଡ୍ରାଇଭର ମୃତ, ୨୫ ଗୁରୁତର

Ambulance

ନୟାଗଡ : ଗଛରେ ପିଟି ହେଲା ବସ୍ । ବାଉଅଁଶିଆପଡା ନିକଟରେ ଗଛରେ ପିଟିଲା ଏକ ଘରୋଇ ବସ୍ । ବସ୍ ଭୂବନେଶ୍ବରରୁ ନୟାଗଡ ଆସୁଥିଲା । ଜଣେ ମୃତ  ୨୫ରୁ ଅଧିକ ଗୁରୁତର  । ସମସ୍ତ ଗୁରୁତର ନୟାଗଡ ମେଡିକାଲରେ ଭର୍ତ୍ତି  । ବସ ର ଡ୍ରାଇଭର ନୀଳ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ଭିତରୁ ୮ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l ଘରୋଇ ଯାତ୍ରୀବାହି ବସ ଟି ଭୁବନେଶ୍ୱର ରୁ ନୟାଗଡ଼ ଆସୁଥିବା ବେଳେ ବାଉସୀଆପଡା ନିକଟରେ ଭାରସାମ୍ୟ ହରାଇ ଗଛ ରେ ପିଟି ହୋଇଯାଇଥିଲା l ସ୍ଥାନୀୟ ଲୋକ, ପୋଲିସ ଓ ଅଗ୍ନିଶମ ସହାୟତାରେ ସମସ୍ତଙ୍କୁ ଡାକ୍ତରଖାନା ରେ ପହଞ୍ଚାଯାଇଛି। ଦୁର୍ଘଟଣା ସ୍ଥଳରେ ନୟାଗଡ ବିଧାୟକ ଓ ନୟାଗଡ ଜ଼ିଲ୍ଲାପାଳ ଯାତ୍ରୀ ଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ।

Share