ବ୍ରିକ୍ସ ସମ୍ମିଳନୀ ପାଇଁ ୧୧ରେ ଦିଲ୍ଲୀର ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ ଛୁଟି

390

ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀ ନିମନ୍ତେ ସେପ୍ଟେମ୍ବର ୧୧ ତାରିଖକୁ ଦିଲ୍ଲୀର ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏ ସମ୍ପର୍କରେ ଗୁରୁବାର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ବ୍ରିକ୍ସ ସମ୍ମିଳନୀ ନିମନ୍ତେ ବିଭିନ୍ନ ବିଦେଶୀ ନେତାଙ୍କ ଆଗମନ ହେବାକୁ ଥିବାରୁ ସେମାନଙ୍କ ପାଇଁ ଆବଶ୍ୟକ ଯିବା ଆସିବା ବ୍ୟବସ୍ଥା କରାଯିବ।

ଏଥିପାଇଁ ସାଧାରଣ ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ବ୍ରିକ୍ସର ବିଜନେସ୍‌ ଫୋରମ୍ ଓ ୧୮ତମ ବ୍ରିକ୍ସ ନେତାଙ୍କ ସମ୍ମିଳନୀ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ହେବ। ୧୧ ତାରିଖ ଶୁକ୍ରବାର ଥିବାବେଳେ ୧୨ ତାରିଖ ଦ୍ବିତୀୟ ଶନିବାର ଓ ୧୩ ତାରିଖ ରବିବାର ଥିବାରୁ ଏହି ଦୁଇଦିନ ସ୍ବାଭାବିକ ଭାବେ ସରକାରୀ ଛୁଟି ଦିନ।

Share