ବଲୁଚିସ୍ତାନ: ବଲୁଚିସ୍ତାନର ଖୁଜଦାର୍ ଜିଲ୍ଲାରେ ଦୁଇଟି ପୃଥକ୍ ଘଟଣାରେ ଜଣେ ୧୩ ବର୍ଷୀୟ ବାଳକଙ୍କ ସମେତ ୫ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବଲୁଚିସ୍ତାନ ନ୍ୟାସନାଲ ପାର୍ଟି (ବିଏନ୍ପି) ଏହି ହତ୍ୟା ପାଇଁ ପାକିସ୍ତାନ ସୁରକ୍ଷାବାହିନୀକୁ ଦାୟୀ କରିଥିବା ବଲୁଚିସ୍ତାନ ପୋଷ୍ଟ ପ୍ରକାଶ କରିଛି। ରାତି ପ୍ରାୟ ୧୦ଟା ସମୟରେ ୱାଧ ତହସିଲର ଏକ ଆବାସିକ ଘରେ ଫ୍ରଣ୍ଟିୟର୍ କର୍ପସ୍ କର୍ମଚାରୀମାନେ ଚଢାଉ କରିବା ପରେ ଚାରି ଜଣ ଲୋକଙ୍କୁ ହତ୍ୟା କରିଥିଲେ।
