୨୦୨୯ ସୁଦ୍ଧା ଏନ୍‌ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ୟୁସିସି ଲାଗୁ ହେବ: ଅମିତ୍‌ ଶାହ

Amit shah 2026 09 06 21 50

ମୁମ୍ବାଇ: ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ୩୦ ଦିନିଆ ‘ସେବା ସଂକଳ୍ପ ଅଭିଯାନ’ ପାଇଁ ଯୋଜନା ଘୋଷଣା କରିବା ସହିତ କେନ୍ଦ୍ର ଗୃହମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ସେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ସମଗ୍ର ଏନ୍‌ଡିଏ ମେଣ୍ଟ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପ୍ରଧାନମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ମୋଦୀଙ୍କ କାର୍ଯ୍ୟକାଳର ୨୫ ବର୍ଷ ପୂରଣ ଅବସରରେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ପରିଚାଳନା କରିବାକୁ ଏକାଠି ହେଉଛନ୍ତି। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ଓ ଧାରା ୩୭୦ ଉଚ୍ଛେଦ କରିବା, ତିନି ତଲାକ୍‌ ପ୍ରତ୍ୟାହାର କରିବା ଓ ନକ୍ସଲବାଦର ମୂଳୋତ୍ପାଟନ କରିବାରେ ସଫଳ ହୋଇଛି ବୋଲି ଶାହ କହିଛନ୍ତି। ୨୦୧୪ ପୂର୍ବରୁ ଦେଶର ଜାତୀୟ ରାଜନୀତି ଦୁର୍ନୀତି, ଜାତିବାଦ ଓ ପରିବାରବାଦ ପରି ପ୍ରସଙ୍ଗରେ ଗ୍ରସ୍ତ ଥିଲା। କିନ୍ତୁ ୨୦୧୪ ରୁ ୨୦୨୬ ମଧ୍ୟରେ ଏହି ପ୍ରସଙ୍ଗର ଊର୍ଦ୍ଧ୍ବକୁ ଯାଇ ପ୍ରଦର୍ଶନକୁ ନେଇ ରାଜନୀତି ରହିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି।

Share