ମଣିପୁରରେ ହିଂସା: ଲାଇନ୍‌ମ୍ୟାନ୍‌ଙ୍କୁ ଗୁଳି କରି ହତ୍ୟା, ୨୪ ଘର ଜାଳି ଦେଲେ

23bbs 64 23092026 112 2026 09 23 20 50

ଇମ୍ଫାଲ: ମଣିପୁରରେ ହିଂସା ଅତି ଉଗ୍ର ରୂପ ନେଲାଣି। ଗତ କିଛି ଦିନ ଧରି ରାଜ୍ୟରେ ହିଂସା  ତେଜିଛି ଏବଂ ଏଥିଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହେଲାଣି। ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାରେ ଆଜି ଜଣେ ଘରୋଇ ଲାଇନ୍‌ମ୍ୟାନ୍‌ଙ୍କୁ କିଛି ସଶସ୍ତ୍ର ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି। ସେମାନେ ପଡ଼ୋଶୀ କାଙ୍ଗପୋକ୍‌ପି ଜିଲ୍ଲାର ୨ଟି ଗାଁରେ ୨୪ଟି ଘରେ ନିଆଁ ଲଗାଇ ଦେଇଛନ୍ତି।

ମକୁଇ ଖୁମାନର ଜଣେ ଗ୍ରାମବାସୀଙ୍କ ଅନୁଯାୟୀ, ଭୋର୍ ପ୍ରାୟ ୫ଟା ସମୟରେ କିଛି ଦୁର୍ବୃତ୍ତ ଦୁଇ ଗ୍ରାମରେ ନିଆଁ ଲଗାଇ ଦେଇଥିଲେ। ସେ କହିଛନ୍ତି, କୁକି-ନାଗା ସଂଘର୍ଷ ଆରମ୍ଭ ହେବା ପରଠାରୁ ସମସ୍ତ ଗ୍ରାମବାସୀ ଘର ଛାଡ଼ି ୧୨ କିମି ଦୂର ମକୁଇ ଖୁନଜାଓରେ ରହୁଛନ୍ତି। ଗ୍ରାମବାସୀମାନେ ଗାଁରେ ପହଞ୍ଚିବା ବେଳକୁ ଦୁଇ ଗ୍ରାମର ସମସ୍ତ ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଗ୍ରାମରେ କୌଣସି ସୁରକ୍ଷାକର୍ମୀ ମୁତୟନ ହୋଇନାହାନ୍ତି। ଉଲ୍ଲେଖଯୋଗ୍ୟ, ଗତ ସୋମବାର ମଧ୍ୟ ନାଗା ସମ୍ପ୍ରଦାୟର ଜଣେ ୧୭ ବର୍ଷୀୟ ବାଳକଙ୍କୁ କିଛି ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ।

Share