କାଠମାଣ୍ଡୁ : ନେପାଳର ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଚୋଲେନ୍ଦ୍ର ଶମଶେର ଜଙ୍ଗ ବାହାଦୂର ରାଣାଙ୍କୁ ପୋଲିସ ଗିରଫ କରିଛି । କାଠମାଣ୍ଡୁ କ୍ରାଇମବ୍ରାଞ୍ଚର ଟିମ୍ ରବିବାର ସକାଳ ମହାରାଜଗଂଜ ସ୍ଥିତ ଆବାସରୁ ତାଙ୍କୁ ଗିରଫ କରିଛି । ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରାଣାଙ୍କ ବିରୋଧରେ କାଠମାଣ୍ଡୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଛି । ପୋଲିସ ପୂର୍ବତନ ଜଷ୍ଟିସ ରାଣାଙ୍କୁ ଆବଶ୍ୟକ ଯାଞ୍ଚ ପାଇଁ ନିଆଯିବା ସମୟରେ ଏହି ମାମଲାକୁ ନେଇ ଖୁବଶୀଘ୍ର ସୂଚନା ସାର୍ବଜନୀନ କରିବା ବିଷୟରେ କହିଛନ୍ତି । ପୋଲିସ ଏଯାଏଁ ଅଭିଯୋଗ ଏବଂ ଦୋଷ କ’ଣ ରହିଛି ତାହା ସାର୍ବଜନୀନ କରାଯାଇନାହିଁ । ଗିରଫ ହେବାର କାରଣ ଏଯାଏଁ ଜଣାପଡିନାହିଁ ।
ଜାନୁଆରୀ ୨, ୨୦୧୯ରେ ନେପାଳ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହୋଇଥିବା ଜଷ୍ଟିସ ରାଣା ୨୦୨୨ରେ ସଂସଦର ମହାଅଭିଯୋଗ ପ୍ରସ୍ତାବ ଆସିବା ପରେ ସେ ନିଜେ ସ୍ବତଃ ନିଲମ୍ବିତ ହୋଇଥିଲେ । ଦୀର୍ଘ ସମୟ ଧରି ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଚାଲୁଥିଲା । ନିକଟରେ ସୁପ୍ରିମକୋର୍ଟରେ ତାଙ୍କ ବିରୋଧରେ ମହାଅଭିଯୋଗ ପ୍ରକ୍ରିୟା ପୂରଣ ହେବା ପରେ ତାଙ୍କ ପେନସନ୍ ଏବଂ ରିଟାୟରମେଣ୍ଟ ପରେ ମିଳୁଥିବା ସମସ୍ତ ପ୍ରକାରର ଅର୍ଥକୁ ରିଲିଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଅଲ୍ଲୀ ଦ୍ବାରା ସଂସଦ ଭଙ୍ଗ କରାଯାଇଥିବା ନିଷ୍ପତ୍ତିକୁ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରାଣାଙ୍କ ନେତ୍ତ୍ବରେ ସମ୍ବିଧାନିକ ବେଞ୍ଚ ଖାରଜ କରିଦେଇଥିଲେ । ସେହି ସମୟରେ ଓଲିଙ୍କ ବିରୋଧରେ ନେପାଳ କଂଗ୍ରେସ ଓ ମାଓବାଦୀ ସଂଗଠନର ନେତା ଶେରବାହାଦୂର ଦେଓଓ୍ବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
