ନେପାଳରେ ପୁଣି ପ୍ରକୃତିର ତାଣ୍ଡବ: ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ

Nepal hill colapse 750x430

ନେପାଳ: ନେପାଳରେ ପ୍ରକୃତିର କରାଳ ତାଣ୍ଡବ । ବାଗଲୁଙ୍ଗ ଜିଲ୍ଲାର ମାନାଙ୍ଗ ଚାମେ ଅଂଚଳରେ ବଡଧରଣର ଭୂ-ସ୍ଖଳନ ଘଟିଛି । ଗୋଟେ ସେକେଣ୍ଡରେ ପାହାଡର ଏକ ସମ୍ପୂଣ୍ଣ ର୍ ଅଂଶ ଧସି ନଦୀରେ ମିଶଯାଇଛିି । ପାହାଡ ଧସିବା ଯୋଗୁ ଗାଁର ପାଖାପାଖି ୮ଟି ଘର ନିମିଷକେ ଭୁଶୁଡିପଡିଛି । ୧୦ଜଣଙ୍କ ମୃତ୍ୟୁୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ସୂଚନା ମିଳିଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ଏସପି ସୂଚନା ଦେଇଛନ୍ତି । କିଛି ମୃତକ ଓ ନିଖୋଜଙ୍କ ପରିଚୟ ସ୍ପଷ୍ଟ ହୋଇଥିବା ବେଳେ ଏବେବି ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ତେବେ ପ୍ରାରମ୍ଭିକ ସୂଚନା ଅଧିକ ମୃତାହତକୁ ରୋକିବାରେ ସଫଳ ହୋଇଥିବା ସୂଚନା ଦେଇଛନ୍ତି ବାଗଲୁଙ୍ଗ ଜିଲ୍ଲା ମୁଖ୍ୟ ଅଧିକାରୀ । ନେପାଳୀ ସେନାର ହେଲିକପ୍ଟର ସହାୟତାରେ ସୁରକ୍ଷା କର୍ମୀଙ୍କ ଏକ ଦଳ ଉଦ୍ଧାର କାମରେ ପ୍ରଭାବିତ ଅଂଚଳରେ ପହଂଚିଛନ୍ତି । ବାଗଲୁଙ୍ଗରେ ଘଟିଥିବା ଭୂ-ସ୍ଖଳନ ସମଗ୍ର ନପାଳରେ ଦେଖାଦେଇଥିବା ଖରାପ ପାଣିପାଗର ଏକ ଅଂଶବିଶେଷ । ରାଜ୍ୟ ବିପର‌୍ୟ୍ୟୟ ଓ ପରିଚାଳନା କର୍ତୃପକ୍ଷଙ୍କ ରିପୋର୍ଟ ଅନୁସାରେ ୪ଦିନ ଧରି ପ୍ରବଳ ବର୍ଷା ବନ୍ୟା ଓ ଭୂ-ସ୍ଖଳନ ଯୋଗୁ ଅତିକମରେ ୨୪ ଜଣଙ୍କର ମୃତ୍ୟୁ ହୋଇଛିା ୧୪ ଜଣ ନିଖେ।।ଜ ଅଛନ୍ତି । ନେପାଳ ତିବ୍ଦତ ସୀମାରେ ଅଗଷ୍ଟ ୨୬ରେ ହଠାତ୍ ବନ୍ୟା ଏବଂ ପାହାଡ ଧସି ୫୦୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଠିକ୍ ମାସକ ପରେ ଘଟଣାର ପୁନରାବୃତି ଘଟିଛି ।

ନେପାଳରେ ପ୍ରକୃତିର କରାଳ ରୂପରେ ୨୪୭ ପରିବାର ପ୍ରଭାବିତ ହୋଇଥିବା ବେଳେ ୨୬୦ ଘର ପୁରା ଭାଙ୍ଗିଯାଇଛି । ୩ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ କିଛି ଲୋକ ସ୍ୱଇଛାରେ ଏବଂ ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ରିଲିଫ୍ ଯୋଗାଉଛନ୍ତି । ୪ଦିନରେ ନେପାଳର ୧୦୬ଟି ସ୍ଥାନରେ ଶହେ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

Share