National & International

ଇଣ୍ଡିଗୋ ବିମାନକୁ ବୋମା ଧମକ, ଲକ୍ଷ୍ନୌ ବିମାନବନ୍ଦରରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ : ଦିଲ୍ଲୀରୁ ବାଗଡୋଗରା ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ । ଯାହା ପରେ ଆତଙ୍କ ସୃଷ୍ଟି କରିଛି । ସୁରକ୍ଷା ପ୍ରୋଟୋକଲ୍ ହିସାବରେ ବିମାନଟିକୁ ତୁରନ୍ତ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ…

ବରଦାସ୍ତ କରାଯିବନି ଟ୍ରମ୍ପଙ୍କ ଜବରଦସ୍ତି : ରାସ୍ତାକୁ ଓହ୍ଲାଇଲେ ଗ୍ରୀନଲାଣ୍ଡ ବାସିନ୍ଦା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡକୁ ନିଜ ଅକ୍ତିଆରକୁ ନେବାକୁ ଖୋଲାଖୋଲି ଭାବେ କହିଛନ୍ତି । ଟ୍ରମ୍ପଙ୍କ ଆକ୍ରମଣାତ୍ମକ କାର‌୍ୟ୍ୟ ବିରୋଧରେ ନାଟୋ ଏବଂ ୟୁରୋପୀୟ ଦେଶମାନେ ଏକଜୁଟ ହୋଇଥିବା ବେଳେ, ଗ୍ରୀନଲାଣ୍ଡର ଲୋକମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।…

ବାୟୁସେନାର ୧୧୪ ରାଫେଲ କ୍ରୟ ପ୍ରସ୍ତାବକୁ ଡିପିବି ମଞ୍ଜୁରୀ

ନୂଆଦିଲ୍ଲୀ: ବାୟୁସେନା ପାଇଁ ଆଉ ୧୧୪ଟି ରା​‌ଫଲ ଯୁଦ୍ଧ ବିମାନ କ୍ରୟ କରିବା ପ୍ରସ୍ତାବ ଆଉ ପାଦେ ଆଗେଇଛି। ଶୁକ୍ରବାର ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଡିଫେନ୍ସ ପ୍ରୋକ୍ୟୁରମେଣ୍ଟ ବୋର୍ଡ (ଡିପିବି) ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି। ଡିଏସି (ଡିଫେନ୍ସ…

ବାଂଲାଦେଶରେ ପୁଣି ୨ ହିନ୍ଦୁଙ୍କୁ ହତ୍ୟା

ଢାକା: ବାଂଲାଦେଶରେ ହିନ୍ଦୁ ସମୁଦାୟଙ୍କ ଉପରେ ହିଂସା ଥମିବାର ନାଁ ନେଉନି। ଗତ ୨ ଦିନରେ ଅଲଗା ଅଲଗା ଜିଲାରେ ୨ ହିନ୍ଦୁଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ଶନିବାର ସକାଳ ୧୧ଟା ସମୟରେ ଗାଜିପୁର ଜିଲାର କାଳିଗଞ୍ଜ ଅଞ୍ଚଳରେ ଜଣେ…

ଇରାନ ସରକାରଙ୍କ ମୃତ୍ୟୁଦଣ୍ଡ ଚେତାବନୀ ପରେ ଥମିଛି ବିକ୍ଷୋଭ

ତେହେରାନ: ଦୀର୍ଘ ଦୁଇ ସପ୍ତାହ ଧରି ଇରାନରେ ଚାଲିଥିବା ବିକ୍ଷୋଭ ଆପାତତଃ ଧିମେଇ ଯାଇଥିବା ଲକ୍ଷ୍ୟ କରାଯାଇଛି। ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବ ବୋଲି ଇରାନର ମୌଳବାଦୀ ସରକାର ଧମକ ଦେବାପରେ ଏହାର ପ୍ରଭାବ ବିକ୍ଷୋଭକାରୀଙ୍କ ଉପରେ ପଡିଛି। ଫଳରେ…

ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ସାଂଘାତିକ : ଗ୍ରାପ୍-୪ କଟକଣା ଲାଗୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ପ୍ରଦୂଷଣ ବଢ଼ିଛି। ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀ-ଏନସିଆରରେ ପୁଣି ଘରେ ଗ୍ରାପ୍-୪ର କଟକଣା ଲାଗୁ କରିଦିଆଯାଇଛି। ଦିଲ୍ଲୀର ଏକ୍ୟୁଆଇ ଶନିବାର ଅପରାହ୍ଣ ୪ଟା ସୁଦ୍ଧା ୪୦୦ ରେକର୍ଡ କରାଯାଇଥିଲା। ଏଥିରେ ଲଗାତାର ବୃଦ୍ଧି ଦେଖିବାକୁ…

ବରଯାତ୍ରୀ ବସ୍ ଓଲଟି ୫ ମୃତ, ୨୫ ଆହତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ଲାତେହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଓଲଟିଲା ବରଯାତ୍ରୀ ନେଇ ଯାଉଥିବା ବସ୍ । ଯେଉଁ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୫ ଜଣ ଆହତ ହୋଇଛନ୍ତି । ବସ୍ ନିୟନ୍ତ୍ରଣ ହରାଇ…

ଇଣ୍ଡିଗୋକୁ ୨୨କୋଟି ୨୦ଲକ୍ଷର ଜରିମାନା

ନୂଆଦିଲ୍ଲୀ : ଇଣ୍ଡିଗୋକୁ ବଡ଼ ଝଟକା । ୨୨କୋଟି ୨୦ଲକ୍ଷର ଜରିମାନା ଲଗାଇଲା ଡିଜିସିଏ । ବିମାନ ଯାତ୍ରୀଙ୍କୁ ହଇରାଣ କରି ଦଣ୍ଡିତ ହେଲା ଇଣ୍ଡିଗୋ । ଡିସେମ୍ବର ମାସରେ ବିମାନ ସେବାରେ ବିଭ୍ରାଟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ । ଡିସେମ୍ବର…

ଚୀନ୍‌ରେ ନୋରୋଭାଇରସ୍‌ ଆତଙ୍କ: ୧୦୦ରୁ ଅଧିକ ସଂକ୍ରମିତ

ବେଜିଂ: ଚୀନ୍‌ର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା। ଏହି ସଂକ୍ରମଣ ୨୦୧୯ ଶେଷ ଭାଗରେ ଆରମ୍ଭ ହୋଇଥିଲା। ଏବେ ଆଉ ଏକ ଭାଇରସ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସକୁ ନୋରୋଭାଇରସ୍…

ପ୍ରଥମ ବନ୍ଦେ ଭାରତ ସ୍ଲିପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

କଲକାତା: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପଶ୍ଚିମବଙ୍ଗର ମାଲଦାରେ, ପ୍ରଧାନମନ୍ତ୍ରୀ ମୋଦୀ ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦଘାଟନ କରିଛନ୍ତି । ହାୱଡ଼ା ଏବଂ ଗୌହାଟି…