2023

ଘରେ ଲୁଚାଇଥିଲେ ବାଘଛାଲ ଓ ହରିଣ ଶିଙ୍ଗ, ୩ ଗିରଫ

ନବରଙ୍ଗପୁର: ଘରେ ଲୁଚାଇ ରଖିଥିଲେ ବାଘଛାଲ ଓ ହରିଣ ଶିଙ୍ଗ। ଭାବିଥିଲେ କେହି ଜାଣିପାରିବେନି। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ରାତିଅଧରେ ଚଢ଼ାଉ କରି ବାଘ ଛାଲ, ହରିଣ ଶିଙ୍ଘ ଏବଂ କିଛି ଅନ୍ୟ ଜୀବଙ୍କ ଅବଶେଷ ଜବତ…

ଟ୍ଵିନସିଟିକୁ ସିଭିୟର ହିଟୱେଭ୍ ଚେତାବନୀ, ୧୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ତାତିରେ ଜଳୁଛି ଓଡ଼ିଶା । ୩ ଦିନ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାଜ୍ୟରେ ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ । ଟ୍ଵିନସିଟିକୁ ସିଭିଅର ହିଟ୍‌ େଓ୍ଵଭ୍‌ ଚେତାବନୀ । କଟକ ଓ ଭୁବନେଶ୍ୱରକୁ ସିଭିୟର ହିଟ୍‌…

ନୟାଗଡ଼ର ପୂର୍ବତନ ସିଏସଓଙ୍କ ଅଚଳାଚଳ ସମ୍ପତ୍ତି, ଭୁବନେଶ୍ୱରରେ ୫ କୋଠା

କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ (ଏବେ ନିଲମ୍ବିତ ହୋଇ ରହିଛନ୍ତି) ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ତାଙ୍କର ସଂପତ୍ତି ଦେଖି ଭିଜିଲାନ୍ସ…

ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ ମୃତ: ସ୍ତ୍ରୀ ଓ ଝିଅ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ମାୟାବର୍ହା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପାଟଣାଗଡ଼…

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀରର କୁପୱାଡ଼ା ଜିଲ୍ଲାରେ ଆଜି ଭୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନା ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ମିଳିତ ଭାବେ ଏହି ଏନ୍‌କାଉଣ୍ଟର କରାଯାଇଥିଲା। ନିୟନ୍ତ୍ରଣ ରେଖା ନିକଟରେ…

ବାତ୍ୟା ‘ବିପର୍ଯ୍ୟୟ’ଜନିତ ବନ୍ୟାରୁ ଛେଳିଙ୍କୁ ରକ୍ଷା କରିବାକୁ ଯାଇ ବାପପୁଅ ମୃତ

ଭାବନଗର: ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ପ୍ରବଳ ବର୍ଷା ହୋଇ ଆସିଥିବା ବନ୍ୟାଜଳରୁ ଛେଳିମାନଙ୍କୁ ରକ୍ଷା କରିବାକୁ ଯାଇ ଗୁରୁବାର ଦିନ ଗୁଜୁରାଟର ଭାବନଗର ଜିଲ୍ଲାରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ଗୁଜରାଟର…

ଜଖାୟୁ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ବିପର୍ଯ୍ୟୟ’: ୨ ମୃତ

ବାତ୍ୟା ‘ବିପର୍ଯ୍ୟୟ’ ଗତକାଲି ଗୁଜରାଟର ଲ୍ୟାଣ୍ଡଫଲ କରିଥିବା ବେଳେ ଏଥିଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟର ୧୦ଟି ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି। ବାତ୍ୟା ଯୋଗୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ୨୦ରୁ…

ପ୍ରେମିକ ସଙ୍ଗେ ‘ବ୍ରେକ୍‌ଅପ୍‌’ ହେବାରୁ ହଷ୍ଟେଲ୍‌ରେ ଫାଶୀ ଲଗାଇ ମଲେ ‘ଏମ୍‌ବିବିଏସ୍‌’ ଛାତ୍ରୀ

ମୋଦିନଗର: ଗୁରୁବାର ଦିନ ଉତ୍ତର ପ୍ରଦେଶର ମୋଦିନଗରସ୍ଥିତ ଏକ ହଷ୍ଟେଲ୍‌ରେ ଜଣେ ‘ଏମ୍‌ବିବିଏସ୍‌’ ଛାତ୍ରୀ ‘ସିଲିଙ୍ଗ୍‌’ ଫ୍ୟାନ୍‌ରେ ଫାଶୀ ଲଗାଇ ମରିଥିବା କଥା ପୁଲିସ କହିଛି। ମୃତା ତୃତୀୟବାର୍ଷିକୀ ଡାକ୍ତରୀ ଛାତ୍ରୀ ହେଉଛନ୍ତି ୨୪ ବର୍ଷୀୟ ଦିବ୍ୟାଜ୍ୟୋତି। କନ୍ନୌଜ ଜିଲ୍ଲାରୁ ଆସି…

ଇମ୍ଫାଲ୍‌ରେ କେନ୍ଦ୍ରମନ୍ତ୍ରୀ ଆର୍‌. କେ. ରଞ୍ଜନ ସିଂହଙ୍କ ଘର ପୋଡ଼ିଦେଲେ ଉତ୍ତ୍ୟକ୍ତ ଜନତା

ଇମ୍ଫାଲ୍‌: ଗୁରୁବାର ବିଳମ୍ବିତ ରାତ୍ରରେ ମଣିପୁରର ଇମ୍ଫାଲ୍‌ରେ ପ୍ରାୟ ୧୦୦୦ରୁ ଅଧିକ ଉତ୍ତ୍ୟକ୍ତ ଜନତା କେନ୍ଦ୍ରମନ୍ତ୍ରୀ ଆର୍‌. କେ. ରଞ୍ଜନ ସିଂହଙ୍କ ଘର ପୋଡ଼ି ପକାଇଥିବା କଥା ସରକାରୀ ଅଧିକାରୀମନେ କହିଛନ୍ତି। ଇମ୍ଫାଲ୍‌ରେ କର୍ଫ୍ୟୁ ସତ୍ତ୍ବେ ଉତ୍ତ୍ୟକ୍ତ ଜନତା କ‌ୋଙ୍ଗ୍‌ବାସ୍ଥିତ କେନ୍ଦ୍ର…

ରାଜପଥରେ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୧୫ ବରିଷ୍ଠ ନାଗରିକ ମୃତ, ୧୦ ଆହତ

ମଣ୍ଟ୍ରିଆଲ୍‌: ଗୁରୁବାର ଦିନ କାନାଡାର ମାନିତୋବା ପ୍ରଦେଶରେ ବରିଷ୍ଠ ନାଗରିକମାନେ ଯାତ୍ରା କରୁଥିବା ଗୋଟାଏ ମିନି ବସ୍‌କୁ ଗୋଟାଏ ଟ୍ରଲର୍‌-ଟ୍ରକ୍‌ ଧକ୍କା ଦେବାରୁ ଅନ୍ୟୂନ ୧୫ଜଣଙ୍କର ମୃତ୍ୟୁ ଘଟିଛି ଓ ଆହୁରି ୧୦ଜଣ ଆହତ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।…