Arrest

ଟିଟିଲାଗଡ : ଶିକ୍ଷକ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ ।  ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିକ୍ଷକ ।  ଆଜି କଳାହାଣ୍ଡି ଜିଲ୍ଲାରୁ ଗଞ୍ଜେଇ ଚାଲାଣ ବେଳେ ବଲାଙ୍ଗିର ସଇଁତଳା ଥାନା ବରଗାଁ ନିକଟରେ ମାଡି ବସିଲା ଅବକାରୀ ବିଭାଗ ।  ଚଢାଉ ବେଳେ ୩୩ କେଜି ଗଞ୍ଜେଇ ଜବତ ହୋଇଛି ।

ସୂଚନା ଅନୁଯାୟୀ, ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବରପାଇ ବରଗାଁ ନିକଟରେ ଟିଟିଲାଗଡ ଅବକାରୀ ବିଭାଗ ଅଧିକାରୀ ଛକି ବସିଥିଲେ ।  ଏହି ସମୟରେ ଏକ କାର ଦ୍ରୁତ ଗତିରେ ଯାଉଥିଲାବେଳେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଅବକାରୀ ଟିମ୍  ।

ହେଲେ ଖସି ପଳାଇବାକୁ ଉଦ୍ୟମ ବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଏକ ବୋର୍ଡରେ ଧକ୍କା ହୋଇଥିଲା ଗାଡ଼ି  ।  କାରରୁ ଓହ୍ଲାଇ ୩ ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଅବକାରୀ ଟିମ୍ ଅଭିଯୁକ୍ତଙ୍କୁ ଧରିଥିଲେ ।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇେ ଶିକ୍ଷକ ହେଲେ କିଶୋର କୁମ୍ଭାର ଓ ଜିତୁ ସାହୁ  ।  ଦୁଇ ଅଭିଯୁକ୍ତଙ୍କ ସହ ଅନ୍ୟ ଅଭିଯୁକ୍ତ ସଞ୍ଜୟ ବାଗକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି  ।

Share