ଗଞ୍ଜାମରେ ED ର ଚଢ଼ାଉ, ୨.୬୩ କୋଟି ଟଙ୍କା ଜବତ

ଭୁବନେଶ୍ୱର : ଗଞ୍ଜାମରେ ED ର ମେଗା ରେଡ୍ ।  ବେଆଇନ ଖଣି ମାଫିଆଙ୍କଠାରୁ ୨.୬୩ କୋଟି ଟଙ୍କା ଜବତ ହୋଇଛି ।  ବେଆଇନ ବାଲି ଓ ପଥର ଖଣି କାରବାର ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି…

ବାଣ ବିସ୍ପୋରଣରେ ଜଣେ ମୃତ

କଟକ : ବାଣ ଭିଡୁ ଭିଡୁ ଅଘଟଣ। କଟକ ଖଲର୍ଧା ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଧମାକାରେ ଉଡ଼ିଗଲା ଘର । ପୋଡ଼ିହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ…

ବାରଙ୍ଗରେ ଗୁଳିକାଣ୍ଡ, ୮ ଜଣଙ୍କୁ କାବୁ କଲା ପୋଲିସ

ବାରଙ୍ଗ : ବାରଙ୍ଗରେ ଫୁଟିଲା ଗୁଳି !  ବାରଙ୍ଗ ଥାନା ତ୍ରିଶୂଳିଆ ଛକ ନିକଟ କୁସିନ୍ଦା ଗ୍ରାମରେ ଫୁଟିଛି ଗୁଳି ।  ଜମିଜମା ବିବାଦକୁ କେନ୍ଦ୍ରକରି ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି ।  ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ । …

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ଜଳେଶ୍ବର: ଥମୁନି ସଡ଼କ ଦୁର୍ଘଟଣା ।  ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ ।  ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବପୂଞ୍ଜା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।  ମୃତକ ହେଲେ କମର୍ଦ୍ଦା ଥାନା ବାଗ ଗାଁର ଚନ୍ଦ୍ରଶେଖର ମହାପାତ୍ର…

ଚାଲିଛି ପକ୍ଷୀ ଗଣନା, ସାରା ରାଜ୍ୟରେ ୫ଟି ରେଞ୍ଜ ପାଇଁ ୨୨ଟି ଟିମ୍ ଗଠନ

ଭୁବନେଶ୍ବର: ସାରା ରାଜ୍ୟରେ ପକ୍ଷୀ ଗଣନା ।  ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ହେଉଛି ।  ଚିଲିକାରେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ ।  ୫ଟି ରେଞ୍ଜ ପାଇଁ ମୋଟ ୨୨ଟି ଟିମ୍ ଗଠନ କରାଯାଇଛି…

ଲାଗୁ ହେଲା ନୂଆ ପାର୍କିଂ ଫି, ୫୦୦ ନୁହେଁ ୨୪୦ ଟଙ୍କା ଭକ୍ତ ନିବାସର ପାର୍କିଂ ଫି’

ପୁରୀ: ଆଜିଠୁ ଭକ୍ତ ନିବାସର ନୂଆ ପାର୍କିଂ ଫି ଲାଗୁ ।  ୫୦୦ ଟଙ୍କା ବଦଳରେ ୨୪୦ ଟଙ୍କା କରାଯାଇଛି ।  ପୁରୀରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।  କିଛିଦିନ ତଳେ ଭକ୍ତ ନିବାସରେ ଚାରି ଚକିଆ…

ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି, ୨୭ କମ୍ପାନୀ ସହ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି ।  କୋଲକାତାରେ ଓଡ଼ିଶା ଇନଭେଷ୍ଟର୍ସ ମିଟରୁ ବଡ଼ ସଫଳତା । ୨୭ ଟି ବଡ଼ କଂପାନୀ ସହ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର ।  ପଶ୍ଚିମବଙ୍ଗର କୋଲକାତାରେ ଆୟୋଜିତ ନିବେଶକ ସମ୍ମିଳନୀ ଏବଂ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା କାର୍ ଓ ଅଟୋ, ଜଣେ ଜୀବନ୍ତ ଦଗ୍ଧ

କନ୍ଧମାଳ : ମୁହାଁମୁହିଁ ଧକ୍କା ପରେ ଜଳିଗଲା କାର୍ ଓ ଅଟୋ  ।  ଜଣେ ଜୀବନ୍ତ ଦଗ୍ଧ ।  ଫୁଲବାଣୀ ସଦର ଥାନା ଆଇଟିଆଇ ନିକଟରେ ଦୁର୍ଘଟଣା ।  ମୁହାଁମୁହିଁ ଧକ୍କା ହେବା ପରେ ରାସ୍ତାରେ ହୁହୁ ହୋଇ ଜଳିଲା କାର ଓ…

ଅଙ୍ଗନବାଡ଼ିରେ ଖୋଲିଲା ‘କ୍ରେଚ୍’, ବାଳାଶ୍ରମରେ ଆଧୁନିକ ରୋଷେଇ ଘର ଉଦଘାଟିତ

ଭୁବନେଶ୍ବର: ‘ବେଟୀ ବଚାଓ ବେଟୀ ପଢ଼ାଓ’ ଅଭିଯାନ ଅନ୍ତର୍ଗତ ସପ୍ତାହବ୍ୟାପୀ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୬କୁ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଆଜିଠାରୁ ଆସନ୍ତା ୨୪ ପର୍ଯ୍ୟନ୍ତ ଏହା ପାଳନ ହେବ । ଅନ୍ୟପଟେ, କର୍ମଜୀବୀ ମହିଳାଙ୍କ ସୁବିଧା…

ଉପରମୁହାଁ ପାରଦ, ଆସନ୍ତା କାଲିଠାରୁ ରାଜ୍ୟରେ କମିବ ଶୀତ

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର । ଆସନ୍ତା କାଲିଠାରୁ ରାଜ୍ୟରେ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ । ଏଥିପାଇଁ ପାରଦ ଉପରମୁହାଁ ହେବ…