Ministry of external affairs india.svg

ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଗାଜାରେ ୪ ଜଣ ଭାରତୀୟ ଅଛନ୍ତି ଏବଂ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ସହଜ ନୁହେଁ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ପରିସ୍ଥିତି ଅନୁକୂଳ ହେବା ମାତ୍ରେ ସେମାନଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଅଣାଯିବ। ସରକାର ଗୁରୁବାର କହିଛନ୍ତି ଯେ ଅପରେସନ୍ ‘ଅଜୟ’ ଅଧୀନରେ ୫ଟି ବିମାନରେ ୧୨୦୦ ଜଣ ଭାରତକୁ ଫେରିଛନ୍ତି, ସେମାନଙ୍କ ମଧ୍ୟରୁ ୧୮ ଜଣ ନେପା​ଳ ନାଗରିକ ଅଛନ୍ତି । ଏବେ ସେଠାକୁ ଆଉ କିଛି ବିମାନ ପଠାଇବା ପାଇଁ ଯୋଜନା ଚାଲିଛି ଓ ସ୍ଥିତିର ସମୀକ୍ଷା କରାଯାଉଛି। ପୂର୍ବରୁ ଗାଜାରେ ପ୍ରାୟ ୪ ଜଣ ଭାରତୀୟ ଲୋକ ଥିଲେ, କିନ୍ତୁ ସେମାନଙ୍କ ସଂପର୍କରେ ଆମ ପାଖରେ ଠୋସ୍ ତଥ୍ୟ ନାହିଁ । ସେହିପରି ଓ୍ବେଷ୍ଟବ୍ୟାଙ୍କରେ ୧୨-୧୩ ଜଣ ଭାରତୀୟ ଅଛନ୍ତି। କିନ୍ତୁ ଗାଜାରେ ସ୍ଥିତି ଏପରି ହୋଇଛି ଯେ ସେଠାରୁ ସେମାନଙ୍କୁ ଆଣିବା ଟିକେ କଷ୍ଟକର।
ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ କୌଣସି ଭାରତୀୟଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ନାହିଁ। ସେହିପରି ଗାଜାର ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍ ଆପଣ ନିଶ୍ଚୟ ଦେଖିଥିବେ। ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପାଲେଷ୍ଟାଇନ ପ୍ରସଙ୍ଗରେ ଆମେ ଦୁଇ ରାଷ୍ଟ୍ର ସିଦ୍ଧାନ୍ତରେ ବିଶ୍ୱାସ କରୁ ।

Share