Koam4l1k ashok gehlot ani 625x300 05 june 23

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିବୃତି। ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ ସେ ଏପରି ଏକ ବିବୃତି ଦେଇଛନ୍ତି, ଯାହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ମତଭେଦ ପୁଣି ଥରେ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଗେହଲଟ୍ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁଛନ୍ତି, କିନ୍ତୁ ଚେୟାର ତାଙ୍କୁ ଛାଡୁନାହିଁ।
ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଅଶୋକ ଗେହଲୋଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଅତୀତରେ ଉଭୟ ନେତା ଖୋଲାଖୋଲି ଭାବେ ପରସ୍ପରକୁ ଟାର୍ଗେଟ କରିସାରିଛନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ଉଭୟ ନେତାଙ୍କୁ ପାରସ୍ପରିକ ମତଭେଦ ଦୂର କରିବାକୁ ଏବଂ ଏକାଠି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଥିଲେ। ଏହା ପରେ ସଚିନ ପାଇଲଟଙ୍କୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ମଧ୍ୟ ସାମିଲ କରାଯାଇଥିଲା।

Share