A Glimpse Of Ram Lalla Idol At Ram Janmabhoomi Temple
Ayodhya, Jan 22 (ANI): A glimpse of Ram Lalla idol at Ram Janmabhoomi Temple on the occasion of Pran Pratishtha ceremony, in Ayodhya on Monday. (ANI Photo)

ଅଯୋଧ୍ୟା: ଦୈନିକ ଅପରାହ୍ଣରେ ରାମ ଲଲ୍ଲା ଘଣ୍ଟା ବିଶ୍ରାମ ନେବେ ବୋଲି ସ୍ଥିର କରାଯାଇ ଥିବାରୁ ଶୁକ୍ରବାର ଠାରୁ ରାମ ମନ୍ଦିର ଦର୍ଶନ ପାଇଁ ନୂତନ କାର୍ଯ୍ୟନିର୍ଘଣ୍ଟ ଲାଗୁ କରାଯିବ ବୋଲି ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି।

ରାମ ଲଲ୍ଲାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ମୁଖ୍ୟ ପୂଜକ ଚିନ୍ତା ପ୍ରକଟ କରିବାରୁ ଏହି ନୂତନ କାର୍ଯ୍ୟନିର୍ଘଣ୍ଟ ଲାଗୁ କରାଯିବ। ମୁଖ୍ୟ ପୂଜକ ଗୁରୁତ୍ବାରୋପ କରି କହିଲେ ଯେ, ପ୍ରଭୁ ରାମ ୫ ବର୍ଷର ବାଳକ ଅବସ୍ଥାରେ ଥିବାରୁ ତାଙ୍କ ଉପରେ ମାତ୍ରାଧିକ ଚାପ ପକାଯିବା ଅନୁଚିତ।

ପବିତ୍ର ନଗରୀ ଅଯୋଧ୍ୟାରେ ଜାନୁଆରି ୨୨ ତାରିଖରେ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଆୟୋଜିତ ହେବା ପରଠାରୁ ଭକ୍ତମାନଙ୍କର ସ୍ରୋତ ଛୁଟୁଛି। ତେଣୁ, ମନ୍ଦିର ଟ୍ରଷ୍ଟ ଦର୍ଶନ ସମୟ ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏଥିପାଇଁ ଜାନୁଆରି ୨୩ ତାରିଖଠାରୁ ରାମ ଲଲ୍ଲାଙ୍କୁ ରାତି ୪ଟାରୁ ଉଠାଯାଇ ପୂଜାବିଧି କରାଯାଉଥିଲା।

ଏସବୁ ଦେଖି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଗୁରୁତ୍ବାରୋପ କରି କହିଲେ, ଶ୍ରୀ ରାମ ଲଲ୍ଲା ୫ ବର୍ଷର ବାଳକ ହୋଇଥିବାରୁ ୧୮ ଘଣ୍ଟା ଧରି ଭାରାକ୍ରାନ୍ତ ହୋଇ ରହିପାରିବେ ନାହିଁ। ତେଣୁ, ଦିଅଁଙ୍କର ସ୍ବାସ୍ଥ୍ୟାବସ୍ଥା ପ୍ରତି ଧ୍ୟାନ ଦେଇ ପ୍ରତିଦିନ ଅପରାହ୍ଣ ୧୨.୩୦ରୁ ୧.୩୦ ପର୍ଯ୍ୟନ୍ତ ମନ୍ଦିର ଦ୍ବାର ବନ୍ଦ ରହିବ। ଏହି ସମୟରେ ରାମ ଲଲ୍ଲା ବିଶ୍ରାମ ନେବେ।

Share