Minor Boy 1731905279

କଟକ ବାଲିଯାତ୍ରାରେ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଯାଇଛି ଜଣେ ନାବାଳକଙ୍କ ଜୀବନ। ମୃତକ ହେଲେ ବିଶ୍ୱ ପ୍ରକାଶ ମନ୍ଥନ। ଘର ଜଗତସିଂହପୁର ଅଞ୍ଚଳରେ। କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ସେ ପଢୁଥିଲେ।

ବିଶ୍ୱ ପ୍ରକାଶ ବାଲିଯାତ୍ରା ଦେଖିବାକୁ ଆସିଥିଲେ। ଏହି ସମୟରେ ବାଲିଯାତ୍ରା ପଡ଼ିଆ ଲାଗିଥିବା ଲିଚୁ ଲାଇଟ୍ ଧରି ପକାଇଥିଲେ। ଫଳରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଶ୍ୱ ପ୍ରକାଶ କାହା ସହିତ ହଷ୍ଟେଲରୁ ବାଲିଯାତ୍ରା ବୁଲି ଆସିଥିଲେ ତାହା ଜଣାପଡିନି। ଅନ୍ୟପକ୍ଷରେ କଟକ ବାଲିଯାତ୍ରାରେ କରେଣ୍ଟ ଲାଗି ନାବାଳକଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି।

Share