Argusnews Harichandan Ratna Bhandar 955005ce F046 4226 8bd4 8b3e85fbc9a2 750x430

ଭୁବନେଶ୍ବର: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ। ଏନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି ସରିଛି। ମୁଁ ଆଶା କରୁଛି, ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି।
ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଗଣତିମଣତି ପାଇଁ ଏସଓପି ପ୍ରସ୍ତୁତ ସରିଥିଲା। ଏଏସଆଇ ମରାମତି କରି ସାର୍ଟିଫିକେଟ୍ ଦେବା ପରେ ଗଣତିମଣତି ହେବ। ମରାମତି ଏମିତି ହେବା ଦରକାର, ଯେମିତି ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି। ମରାମତିରେ ବ୍ରେକର ଲାଗି ପାରିବନି, ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏସଓପି ଗୋପନୀୟ। ଏଣୁ ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କୁହାଯାଇଥିଲା।

Share