Pradeep Purohit 750x430

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପଛର ଖଳନାୟକମାନେ ସାମ୍ନାକୁ ଆସିବା ଦରକାର। ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଥିବା ବ୍ୟକ୍ତି ହିଁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ତାହା ଆଜି ପ୍ରମାଣିତ ହେବାକୁ ଯାଉଛି। ଆଜି ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି, ଦୁର୍ଭାଗ୍ୟର ବିଷୟ  କ୍ଷମତା ଓ ସଂପତ୍ତି ଲୋଭରେ ସେତେବେ‌ଳେ ନବ ଦାସଙ୍କ ପରିବାର ଚୁପ୍ ରହିଲେ। ସେତେବେଳେ ତଦନ୍ତ ଠିକ୍ ବାଟରେ ଯାଉଥିବା କହିଥିଲେ। ଏନେଇ ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି।

ଏଣେ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି। ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରିଥିବା ବେଳେ ଅଭିଯୁକ୍ତ ଗୋପାଳ ଦାସକୁ କେବଳ ଗିରଫ କରି କାମ ସାରିଦେଇଥିଲା। କିନ୍ତୁ ତାଙ୍କ ବାପାଙ୍କୁ ଗୋପାଳ ଜରିଆରେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ସପ୍ତାହକ ତଳେ ଦୀପାଳି ଏହି ପ୍ରସଙ୍ଗକୁ ପୁଣିଥରେ ଉଠାଇଥିଲେ। ଏବେ ବିଶାଳ ଦାସଙ୍କ ସିବିଆଇ ତଦନ୍ତ ଦାବି ପ୍ରସଙ୍ଗ ପୁଣି ସାମ୍ନାକୁ ଆସିଛି।

Share