Swe

ଭୁବନେଶ୍ବର ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଟିମ୍‌ । ଭୁବନେଶ୍ବର ବିମାନବନ୍ଦରରେ ଭାରତ ଓ ଇଂଲଣ୍ଡ ଟିମ୍‌ । ହୋଟେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ଯାଇ ପହଞ୍ଚିଲେ । ଭୁବନେଶ୍ବରରୁ ସିଧା ଅହମ୍ମଦାବାଦ ଗଲେ ଦୁଇ ଟିମ୍‌ । ୧୨ରେ ଅହମ୍ମଦାବାଦରେ ସିରିଜ୍‌ର ଶେଷ ମ୍ୟାଚ୍‌ ଖେଳିବେ ।

ଅନ୍ୟପଟେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଫ୍ଲଡ ଲାଇଟ ୩୦ ମିନିଟ ଅଚଳ ହୋଇ ପଡିଥିବା ବେଳେ ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟ୍ରୋଲର ଶିକାର ହେବାକୁ ପଡିଛି। ରବିବାର ଅନୁଷ୍ଠିତ ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ସପ୍ତମ ଓଭରରେ ହିଁ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା। କ୍ଲବ ଟାୱାର ନିକଟସ୍ଥ ଫ୍ଲଡ ଲାଇଟ ବନ୍ଦ ହୋଇ ଯାଇଥିଲା। ଏହି ଘଟଣା ସମଗ୍ର ଦେଶରେ ବାରବାଟୀ ଷ୍ଟାଡିୟମ ଓ ଓଡ଼ିଶାର ଭାବମୂର୍ତ୍ତି ଖରାପ କରିଥିଲା।

 

Share