Screenshot 2025 03 09 072701

ଭୁବନେଶ୍ବର: ରାତି ଅଧରେ ରାଜଧାନୀରେ ପୁଣି ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଏନକାଉଣ୍ଟର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବରଗଡ଼ରେ ଏନକାଉଣ୍ଟର ହୋଇଛି। ଦୀପକର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବଡଗଡ ଥାନା ଅଞ୍ଚଳର ଏକ ଏଟିଏମ୍ ଲୁଟ ପାଇଁ ଆସିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା ଦୀପକ। ଫେରାର୍ ପାଇଁ ଉଦ୍ୟମ କରିବା ବେଳେ ପ୍ରଥମେ ଦୀପକ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା।

ଦୀପକର ଘର ବିହାରରେ। ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୁଟ୍ କରୁଥିଲା। ବିଭିନ୍ନ ଥାନାରେ ଦୀପକ ନାଁରେ ରହିଛି ଅନେକ ମାମଲା। ପ୍ରଥମେ କ୍ୟାପିଟାଲ ପରେ ଏମ୍ସରେ ଗୁରୁତର ଦୀପକକୁ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Share