ଯବାନଙ୍କ ଗୁଳିରେ ଟଳିଲା ଲସ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ମୁସା

Musa

ଜମ୍ମୁ କଶ୍ମୀର : ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜମ୍ମୁ କଶ୍ମୀର ବଡଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ବଡ଼ଗାମ ଜିଲ୍ଲାରେ ଯବାନଙ୍କ ଗୁଳିରେ ପ୍ରାଣ ହରାଇଲା ଲସ୍କର କମାଣ୍ଡର । ଏଥିରେ ଲସ୍କର କମାଣ୍ଡର ମୁସାକୁ ନିପାତ କରାଯାଇଛି । ଖବର ମୁତାବକ, ଜମ୍ମୁ କଶ୍ମୀର ବଡଗାମ୍ ୟୁସମାର୍ଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଯବାନ ସନ୍ଦିଗ୍ଧ ଗିତିବିଧି ଦେଖିବା ପରେ ଚେତାବନୀ ଦେଇଥିଲେ ଯବାନ । କିନ୍ତୁ ଆତଙ୍କବାଦୀ ଗୁଳିଚାଳନ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ମୁସା ନିହତ ହୋଇଥିବା ଜଣାପଡିଛି । । ଏବେବି ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

ଆତଙ୍କବାଦୀ ନିରୋଧୀ ଅପରେସନରେ ସେନା ସହ ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସ ସାମିଲ ହୋଇଥିଲେ । ମୁସା ନିପାତ ହେବା ପରେ ନିକଟରେ ଥିବା ଗୁରଓ୍ୱେତକଲା ଗ୍ରାମରେ ମଧ୍ୟ କିଛି ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିଥିଲା । ସଂପୃକ୍ତ ଅଞ୍ଚଳକୁ ଘେରି ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଅଧିକାରୀଙ୍କ କହିବାନୁସାରେ, ମୁସା ଲଶ୍କରର ଏକ ସକ୍ରିୟ କମାଣ୍ଡର ଥିଲା । ସେ ପିଓକରେ ରହୁଥିଲା । ମୁସା ୨୦୨୨ରେ କଶ୍ମୀର ଘାଟିରେ ପ୍ରବେଶ କରିଥିଲା । ସେଠାରେ ନେଟୱର୍କ ସକ୍ରିୟ କରି କାମ ଚାଲୁ ରଖିଥିଲା । ଏହାପୂର୍ବରୁ ସେପ୍ଟେମ୍ବର ୫ ତାରିଖରେ ମୁସାର ଅନ୍ୟ ଏକ ସହଯୋଗୀ ସେନା ଗୁଳିରେ ଟଳିଥିଲା ।

Share