ଇରାନ-ଇସ୍ରାଏଲ ଯୁଦ୍ଧରେ ଥରୁଛି ମଧ୍ୟପ୍ରାଚ୍ୟ । ତୀବ୍ର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ । ଜୋରଦାର ହେଉଛି ଆକ୍ରମଣ-ପ୍ରତି ଆକ୍ରମଣ । ଅଷ୍ଟମ ଦିନରେ ପହଞ୍ଚିଛି ଯୁଦ୍ଧ । ଇରାନର ନ୍ୟୁକ୍ଲିୟର ସାଇଟ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ଏହାର ଜବାବ ଦେଇଛି ଇରାନ ।
ଇସ୍ରାଏଲ ଉପରେ ଭୟଙ୍କର ବୋମା ବର୍ଷା କରିଛି ଇରାନ । ଇସ୍ରାଏଲ ଉପରେ କ୍ଲଷ୍ଟର ବୋମା ବର୍ଷା କରିଛି । ପ୍ରଥମ ଥର ପାଇଁ କ୍ଲଷ୍ଟର ବୋମା ବ୍ୟବହାର କରିଛି ଇରାନ । ଜବାବରେ ଇସ୍ରାଏଲର ବୈଜ୍ଞାନିକ ଗବେଷଣା ଭିତ୍ତିଭୂମି ଓ ବୈଜ୍ଞାନିକମାନଙ୍କୁ ଟାର୍ଗେଟ୍ କରିଛି । ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର କ୍ରାଉନ ଜୁଏଲ ଅଫ୍ ସାଇନ୍ସ ଉପରେ ମିସାଇଲ୍ ମାଡ଼ କରିଛି ଇରାନ।
ଇରାନର ମିସାଇଲ୍ ଇସ୍ରାଏଲର ୱେଇଜମ୍ୟାନ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଉପରେ ଆଟାକ୍ କରିଥିଲା । ଏଥିରେ ଇନଷ୍ଟିଚ୍ୟୁଟର ଏକାଧିକ ଲ୍ୟାବ୍ ନଷ୍ଟ ହୋଇଯାଇଛି । ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣରେ ଦୁଇଟି ବିଲ୍ଡିଂକୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ଇସ୍ରାଏଲରେ ହସ୍ପିଟାଲ ଉପରେ ବୋମା ମାଡ଼ କରିଛି ଇରାନ । ଇରାନକୁ ଏହାର ମୂଲ୍ୟ ଦେବାକୁ ହେବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଦୁଇ ଦେଶ ପରସ୍ପର ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛନ୍ତି । ଗୋଟିଏ ସପ୍ତାହ ପରେ ବି ଯୁଦ୍ଧ ବନ୍ଦ ହେବା ଭଳି ସଂକେତ ନାହିଁ ।
ସେପଟେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ତିନିଟି ଦେଶର ଦୂତାବାସ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଅଷ୍ଟ୍ରେଲିଆ, ସ୍ଲୋଭାକିଆ ଏବଂ ଚେକ୍ ରିପବ୍ଲିକ ସାମିଲ ରହିଛି ।