Screenshot 2025 11 29 111643

କନ୍ଧମାଳ: ଭିଜିଲାନ୍ସ ଜାଲରେ ପିଇଓ । ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ପିଇଓ ଗିରଫ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୋଇରୀମାଣ୍ଡୁ ପିଇଓ ବିନାୟକ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତ ଫେବୃଆରୀରେ ବିନାୟକ ରାଜ୍ୟ ଅର୍ଥ କମିଶନ ଯୋଜନା ଅନୁଦାନରୁ ୧୨ ଲକ୍ଷ ୮୭ ହଜାର ଟଙ୍କା ହଡ଼ପ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଯାଞ୍ଚ ଚଳାଇଥିଲା। ଆଜି ବିନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତି ।

Share