ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ଆବାହକ ଅରବିନ୍ଦ କେଜରିୱାଲ ଡିଏମକେ ପାଇଁ ପ୍ରଚାର କରିବେ। ଏଥିପାଇଁ କେଜରିୱାଲ ଏପ୍ରିଲ ୨୦ ଓ ୨୧ରେ ତାମିଲନାଡୁ ଗସ୍ତ କରିବେ। ସେ ଡିଏମ୍କେ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକେ ଷ୍ଟାଲିନଙ୍କ ସହିତ ମିଶି ବିଭିନ୍ନ ରାଲିକୁ ସମ୍ବୋଧନ କରିବେ। ଏହି ନିର୍ବାଚନରେ ଆପ୍ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାଇ ନାହିଁ।

