16bbs 31 16042026 112 2026 04 16 17 34 56

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ ଆକର୍ଷଣୀୟ ଆବେଦନର ଶୁଣାଣି ହୋଇଛି। ଆବେଦନରେ ଦାବି କରାଯାଇଥିଲା ଯେ, ଭୋଟ୍‌କୁ ବାଧ୍ୟତାମୂଳକ କରାଯାଉ। ଯେଉଁମାନେ ଜାଣିଶୁଣି ଭୋଟ୍ ଦେଉ ନାହାନ୍ତି ସେମାନଙ୍କ ଉପରେ ଦଣ୍ଡ ବ୍ୟବସ୍ଥା ଲାଗୁ କରାଯାଉ। ଏପରି ବ୍ୟକ୍ତିମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରାଯିବା ଉଚିତ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବାକୁ ମନା କରି କହିଛନ୍ତି ଯେ, କାହାକୁ ଭୋଟ୍‌ ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ। ଗଣତନ୍ତ୍ରରେ ଭୋଟ୍‌ର ନିଜସ୍ୱ ଗୁରୁତ୍ୱ ଅଛି। ଲୋକଙ୍କୁ ଏହା ବିଷୟରେ ସଚେତନ କରାଯାଇପାରିବ, କିନ୍ତୁ ଆଇନଗତ ଭାବରେ ସେମାନଙ୍କୁ ଏପରି କରିବାକୁ ବାଧ୍ୟ କରାଯାଇପାରିବ ନାହିଁ।

Share