ଭୁବନେଶ୍ବର: ପ୍ରକାଶ ପାଇଛି JEE ମେନ୍ ପରୀକ୍ଷା ଫଳ । ଏହାରି ମଧ୍ୟରେ ବର୍ତ୍ତମାନ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଭବେଶ ପାତ୍ର । ସର୍ବ ଭାରତୀୟ ସ୍ତରରେ ୧୩ ରାଙ୍କ ସହ ଓଡ଼ିଶା ଟପ୍ପର ହୋଇଛନ୍ତି ଭବେଶ । JEEମେନ୍ ରେ ଶତ ପ୍ରତିଶତ ମାର୍କ ରଖିଛନ୍ତି ଭବେଶ । ଭବେଶ କହିଛନ୍ତି ସେ ଦିନକୁ ୮ ରୁ ୧୦ ଘଣ୍ଟା ପଢୁଥିଲେ । ସୋସିଆଲ ମିଡ଼ିଆରୁ ଦୂରେଇ ରହିବାକୁ ସେ ଉପଦେଶ ଦେଇଛନ୍ତି । ଆଗକୁ JEE ଏଡଭାନ୍ସ ପାଇଁ ଇଚ୍ଛା ରଖିଛନ୍ତି ଭବେଶ । ସେହିପରି ସକ୍ଷସିଂହ ପାତ୍ର ଓଡ଼ିଶାରେ ଦ୍ୱିତୀୟ ଟପର ସହ AIR ରାଙ୍କ ୨୨୫ରେ ଅଛନ୍ତି । AIR ୫୬୩ ସହ ଓଡ଼ିଶାର ତୃତୀୟ ଟପ୍ପର ହୋଇଛନ୍ତି ଅର୍ୟସ୍ମନ୍ ପ୍ରଧାନ ।
ସେହିପରି ଗତବର୍ଷ, ଅଲ୍ ଇଣ୍ଡିଆ ଟପ୍ପର୍ ହୋଇଥିଲେ ଅସାଧାରଣ ପ୍ରତିଭାଶାଳୀ ଛାତ୍ର ଓମ୍ ପ୍ରକାଶ ବେହେରା । ଜେଇଇ ମେନ୍ ୨୦୨୫ର ଏପ୍ରିଲ ସେସନ୍ ରେ ପୁରା ଭାରତରେ ପ୍ରଥମ ରାଙ୍କ୍ ହାସଲ କରି ସାରା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ ଓମ୍ ପ୍ରକାଶ । ୨୦୦୮ ଜାନୁଆରୀ ୧୨ରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିବା ଓମ୍ ପ୍ରକାଶ ନିଜର କଠିନ ପରିଶ୍ରମକୁ ଦେଖାଇଥିଲେ । ଏଭଳି ସଫଳତା ପାଇ ସାରା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ଓମ୍ ପ୍ରକାଶ ।

