Aradi

ଚାନ୍ଦବାଲି: ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ନିତିକାନ୍ତିରେ ଘୋର ବିଭ୍ରାଟ । ରାତି ୧୦ଟା ୩୦ ମିନିଟ ବଦଳରେ ମଧ୍ୟ ରାତ୍ର ଗୋଟାଏ ୧୦ ମିନିଟରେ ଶେଷ ଧୂପ ସହ ବାଟୁଳା ନିତି ସରି ଶେଷ ପହୁଡ଼ ପଡିଲା । ତିନିଦିନ ହେଲାଣି ନିତିକାନ୍ତିରେ ଘୋର ବିଳମ୍ବ ହେବା ସହ ଘଣ୍ଟା ଘଣ୍ଟା ଧରି ଠାକୁରଙ୍କୁ ଓପାସ ରଖାଯାଉଛି । ହେଲେ ମନ୍ଦିର ପ୍ରଶାସନ ଚୁପ ବସିଛି । କୋଟି କୋଟି ଭକ୍ତଙ୍କର ମଉଡମଣୀ ବାବାମଣିଙ୍କ ସହ ସେବାୟତମାନ ଖେଳ ଖେକୁଥୁବାର ଅଭିଯୋଗ ହୋଇଛି ।

ରାତ୍ର ସମୟରେ ନିର୍ଦ୍ଧିଷ୍ଟ କିଛି ସେବାୟତ ବିଳମ୍ବରେ ଠାକୁରଙ୍କୁ ବେଲପତ୍ର ଅର୍ପଣ କରୁଥୁବାରୁ ଏପରି ବିଭ୍ରାଟ ଘଟୁଥୁବା ବାଟୁଳା ପୂଜକ କହିଛନ୍ତି । ଅନ୍ୟପଟେ ପାଳିଆ ସେବକ ତାର ଦାୟିତ୍ବ ସଠିକ ଭାବେ କରିନଥିବାରୁ ଠାକୁରଙ୍କ ଶେଷ ଧୂପ ରେ ଅହେତୁକ ବିଳମ୍ବ ହେଲା ବୋଲି ଜାଣିବାକୁ ମିଳିଛି । ଅନ୍ୟପଟେ ମନ୍ଦିର କର୍ମଚାରୀ କହିଛନ୍ତି ବଟୁଳା ପୂଜକ ବିଳମ୍ବରେ ଆସିବାରୁ ବିଭ୍ରାଟ ହୋଇଛି ।

Share