ଭୁବନେଶ୍ୱର : ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ ସୂଚୀ । ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡ୍ ରେ ଓହ୍ଲାଇବେ । ୧୧ଟା ୧୫ରେ ଗୋଷାଣୀ ପୀଠରେ ପହଞ୍ଚିବେ । ଘଣ୍ଟାଏ ପାହାଡ଼ପୁରରେ ରହିବେ । ୧୨ଟା ୫୫ ମିନିଟରେ ସଭାସ୍ଥଳରେ ଯୋଗଦେବେ ମୋଦି । ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ୧ଟାରୁ ୨ଟା ଯାଏଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ୨ଟା ୧୫ରେ ଓଡ଼ିଶା ଛାଡ଼ିବେ ମୋଦି ।
ମୋଦୀଙ୍କ ଓଡ଼ିଶା ଗସ୍ତ ସଂଗଠନ ଓ ସରକାରଙ୍କ ପାଇଁ ବେଶ ସହାୟକ ହେବ । ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଓଡ଼ିଶା । PM ଙ୍କ ଓଡ଼ିଶା ଗସ୍ତ ଉଭୟ ସଂଗଠନ ଓ ସରକାରଙ୍କ ପାଇଁ ବେଶ ସହାୟକ ହେବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ କହିଛନ୍ତି । ମୋଦି ଯେତେବେଳେ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଜ୍ୟକୁ ବଡ଼ ଭେଟି ଦେଇଛନ୍ତି ।
ଏଥର ମଧ୍ୟ ସେ ବିଜେପିର ଦୁଇବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ରାଇରଙ୍ଗପୁରକୁ ଆସୁଛନ୍ତି । ତେଣୁ ସେ ଆୟୋତ ଦୁଇବର୍ଷ କାର୍ଯ୍ୟକ୍ରମରେ ଅନେକ କିଛି ନୂଆ ଯୋଜନା ଏବଂ ପ୍ରକଳ୍ପ ଭେଟିଦେବେ । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶାକୁ ବିକଶିତ ଓଡ଼ିଶା କରିବା ପାଇଁ ସବୁବେଳେ ଚାହାଁନ୍ତି । ତେଣୁ ଏଥର ମଧ୍ୟ ଅନେକ କିଛି ଯୋଜନା ଘୋଷଣା କରି ପାରନ୍ତି ବୋଲି ବିରଞ୍ଚି କହିଛନ୍ତି ।

