ନବରଙ୍ଗପୁର : ରଜ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାରେ ତଦନ୍ତ କଲେ ନବରଙ୍ଗପୁର ଏସ୍ ପି । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ରଜ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣା ରେ ନବରଙ୍ଗପୁର ଏସ୍ପି ଜଗଦୀଶ ପାର୍ଥ କଶ୍ୟପ ଚଚରାଗୁଡା ଗ୍ରାମକୁ ଯାଇ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।
ଏବଂ ମୃତ ଯୁବତୀଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଉଭୟ ଆତ୍ମହତ୍ୟା ଓ ହତ୍ୟା ର ସନ୍ଦେହ ଘନୀଭୂତ ହୋଇଛି । ଏବଂ ପରିବାର ଲୋକଙ୍କ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଅନୁସାରେ ସେ ଦିଗରେ ମଧ୍ୟ ତଦନ୍ତ କରାଯିବ ବୋଲି ଏସ୍ପି କହିଛନ୍ତି ।
ସାଇଣ୍ଟିଫିକ ଟିମର ରିପୋର୍ଟ ତଥା ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତଦନ୍ତ କରାଯିବ ବୋଲି ଏସ୍ପି କହିଛନ୍ତି । ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସ୍ ପି । ଏହାସହ ଆବଶ୍ୟକ ଅନୁସାରେ ପରିବାର ଲୋକେ ଯାହା ଦାବି କରିଛନ୍ତି ଅଗ୍ରାଧିକାର ଭିତ୍ତିରେ ସେ ଦିଗ ରେ ତଦନ୍ତ କରାଯିବ ବୋଲି ଏସ୍ ପି କହିଛନ୍ତି ।

