ୟୁଟ୍ୟୁବ୍ ଭଳି ଏଠାରେ ରୋଜଗାର ପାଇଁ ହଜାର ହଜାର ସବସ୍କ୍ରାଇବର କିମ୍ବା ଘଣ୍ଟା ଘଣ୍ଟାର ୱାଚ୍-ଟାଇମ୍ ଦରକାର ନାହିଁ । କ୍ରିଏଟରମାନେ ନିଜ ପ୍ରଶଂସକଙ୍କ ଠାରୁ ମାସିକ ମେମ୍ବରସିପ୍ ଫି’ ଆକାରରେ ଟଙ୍କା ଆଦାୟ କରିପାରିବେ । ଏହାବ୍ୟତୀତ କିଛି ସ୍ୱତନ୍ତ୍ର ପୋଷ୍ଟ ବା କଣ୍ଟେଣ୍ଟକୁ ଦେଖିବା ପାଇଁ ୟୁଜରଙ୍କୁ ପେମେଣ୍ଟ କରିବାକୁ ପଡ଼ିବ । ଫ୍ୟାନ୍ସ ଚାହିଁଲେ ନିଜ ପ୍ରିୟ କ୍ରିଏଟରଙ୍କୁ ସିଧାସଳଖ ଟିପ୍ ଦେବା ସହ କଥାବାର୍ତ୍ତା ପାଇଁ ମଧ୍ୟ ନେଣଦେଣ ପ୍ରଦାନ କରିପାରିବେ । ଅର୍ଥାତ୍ ୫ ହଜାର ଫଲୋଅର୍ସଙ୍କ ମଧ୍ୟରୁ ଯଦି ମାତ୍ର ୫୦୦ ଜଣ ବି ଟଙ୍କା ଦେଇ କଣ୍ଟେଣ୍ଟ ଦେଖିବାକୁ ରାଜି ହୁଅନ୍ତି, ତେବେ କ୍ରିଏଟରଙ୍କୁ ଆଉ ବିଜ୍ଞାପନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।
ପ୍ଲାଟଫର୍ମ ନେବ କେତେ ଭାଗ?
ୟୁଟ୍ୟୁବ୍ ସାଧାରଣତଃ ଫ୍ୟାନ୍-ଫଣ୍ଡିଂ ରାଜସ୍ୱର ୭୦% ଏବଂ ବିଜ୍ଞାପନ ଆୟର ୫୫% କ୍ରିଏଟରଙ୍କୁ ଦେଇଥାଏ। ଅନ୍ୟପକ୍ଷରେ, ‘କ୍ଲବ୍’ ଆପ୍ ନିଜ ମଡେଲରେ କ୍ରିଏଟରଙ୍କ ମୋଟ ରୋଜଗାରରୁ ୨୦ ପ୍ରତିଶତ ଅଂଶ ନେବ ବୋଲି ଜଣାପଡିଛି । ତେବେ ଏହି ନୂଆ ମଡେଲ କ୍ରିଏଟରଙ୍କ ପାଇଁ ଆକର୍ଷଣୀୟ ଲାଗୁଥିଲେ ମଧ୍ୟ ପ୍ରଶଂସକମାନେ ଟଙ୍କା ଖର୍ଚ୍ଚ କରିବାକୁ କେତେ ଆଗ୍ରହ ଦେଖାଉଛନ୍ତି, ତାହା ଉପରେ ହିଁ ଏହି ନୂତନ ଆପ୍ର ପ୍ରକୃତ ସଫଳତା ନିର୍ଭର କରିବ ବୋଲି ‘କ୍ଲବ୍’ର ସିଇଓ ହେନରିକ୍ ପୋଲମ୍ୟାନ୍ ମତ ଦେଇଛନ୍ତି।
