National & International

ରବିବାର ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ‘ରେମାଲ’

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ୨୬ ତାରିଖ (ରବିବାର) ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ସଂଲଗ୍ନ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏହାର…

ଅଭିନେତ୍ରୀ ଲୈଲା ଖାନ ହତ୍ୟା ଘଟଣା: ସାବତ ବାପାଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ

ବଲିଉଡ୍‌ ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ ତାଙ୍କ ସାବତ ବାପା ପରବେଜ ଟାକଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ମୁମ୍ବାଇର ଏକ କୋର୍ଟ ଶୁକ୍ରବାର ତାଙ୍କୁ ଏହି ସଜା ଶୁଣାଇଛନ୍ତି। ଲୈଲା ଖାନ୍‌ଙ୍କ ସହିତ ତାଙ୍କ ମା’ ଓ ୪ ଭାଇଭଉଣୀଙ୍କୁ…

କର୍ଣ୍ଣାଟକ ସେକ୍ସ ଭିଡିଓ ସ୍କାଣ୍ଡାଲ; ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍

କର୍ଣ୍ଣାଟକ ସେକ୍ସ ଭିଡିଓ ସ୍କାଣ୍ଡାଲରେ ଜଡିତ ସାଂସଦ ପ୍ରଜ୍ଜ୍ୱଳ ରେଭେନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲା କେନ୍ଦ୍ର। ଆଜି ବୈଦେଶିକ ମନ୍ତ୍ରଣାଳୟ ସାଂସଦ ରେଭାନ୍ନାଙ୍କୁ ନୋଟିସ୍ ପଠାଯାଇଛି। ଏହି ମାମଲା ଉପରେ କାରଣ ଦର୍ଶାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେକ୍ସ ଭିଡିଓ…

ଯଦି ମୁଁ ଜେଲରୁ ନିର୍ବାଚନ ଲଢେ ୭୦ରୁ ୭୦ ଆସନ ଜିତିବୁ: ଅରବିନ୍ଦ କେଜ୍ରିୱାଲ

ଲୋକସଭା ନିର୍ବାଚନ ନେଇ ଚାଲିଥିବା ମାହୋଲ ମଧ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଦମ୍ଭୋକ୍ତି ବାଢିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ଯଦି ମୁଁ ଆଗାମୀ ବିଧାନସଭା ନିର୍ବାଚନ ଯାଏ ଜେଲରେ ରୁହେ, ତଥାପି ଆମ୍ ଆଦମି ପାର୍ଟି(ଆପ୍) ଦିଲ୍ଲୀରେ…

ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଖାତରେ ଖସି ପଡ଼ିଲା ହେଲିକପ୍ଟର

କେଦାରନାଥ ଧାମକୁ ଯାଉଥିଲେ ୫ ଯାତ୍ରୀ, ଖାତରେ ଖସି ପଡ଼ିଲା ହେଲିକପ୍ଟର । ସେହି ସମୟରେ ହେଲିକପ୍ଟରରେ ଜଣେ ପାଇଲଟଙ୍କ ସହିତ ୫ ଜଣ ଯାତ୍ରୀ ଥିଲେ। ମାତ୍ର ସୌଭାଗ୍ୟବଶଃତ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି। ଯାତ୍ରୀମାନେ କେଦାରନାଥ ଧାମକୁ ହେଲିକପ୍ଟରରେ…

ରବିବାର ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ ବାତ୍ୟା ରେମାଲ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏକ ସାମୁଦ୍ରିକ ବାତ୍ୟା ‘ରେମାଲ’ରେ ରୂପାନ୍ତରିତ ହୋଇ ରବିବାର (୨୬ ମେ’) ମଧ୍ୟରାତ୍ରିରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର…

କାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍; ୫୮ ଲୋକସଭା ସିଟ୍‌ ପାଇଁ ହେବ ମତଦାନ

ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆଠଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ। ମୋଟ୍ ୫୮ଟି ଲୋକସଭା ଆସନ ଲାଗି ମତଦାଧିକାର ସାବ୍ୟସ୍ତ କରିବେ ଭୋଟର । ଭୋଟିଂ ପ୍ରକ୍ରିୟା ସକାଳ ୭ଟାରୁ…

ପ୍ରଜ୍ଜ୍ୱଳଙ୍କୁ ଜେଜେ ଏଚ୍‌ଡି ଦେବଗୌଡ଼ାଙ୍କ କଡ଼ା ଚେତାବନୀ; ଆତ୍ମସମର୍ପଣ କର

ବେଙ୍ଗାଲୁରୁ : ‘ଆତ୍ମସମର୍ପଣ କର ନହେଲେ ମୋର ଓ ପରିବାର ଲୋକଙ୍କ କ୍ରୋଧର ସମ୍ମୁଖୀନ ହୁଅ।’ ଯୌନ ଶୋଷଣ ମାମଲାରେ ଫସି ଦେଶରୁ ଫେରାର ହୋଇଯାଇଥିବା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ତାଙ୍କ ଜେଜେ ତଥା ଜେଡିଏସ୍‌ ମୁଖ୍ୟ…

ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ବିଜେପି କର୍ମୀଙ୍କ ହତ୍ୟା ପରେ ପ୍ରବଳ ବିକ୍ଷୋଭ ଓ ଜଳାପୋଡ଼ା, ପୁଲିସର ଲାଠି ଚାର୍ଜ

କୋଲକାତା : ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କୁ ହତ୍ୟା କରାଯିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଛି । ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଟିଏମସି କର୍ମୀଙ୍କ ଆକ୍ରମଣରେ ଏହାର ଜଣେ କର୍ମୀ ରତିବାଳା ଅରି ନିହତ ହେବା ସହ…

ପାକିସ୍ତାନର ସହାୟତା ଲୋଡ଼ିଥିବାରୁ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ନିର୍ବାଚନ କମିସନରେ ଅଭିଯୋଗ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ନିର୍ବାଚନ କମିସନରେ ଏକ ଅଭିଯୋଗ ଦାଖଲ କରାଯାଇଛି। ରାଜ୍ୟରେ ସରପଞ୍ଚ ହତ୍ୟା ମାମଲାରେ ପାକିସ୍ତାନରୁ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…