Fssai

ନୂଆଦିଲ୍ଲୀ : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଦେଶର ସମସ୍ତ ଫୁଡ ବିଜନେସ ଅପରେଟର୍ସଙ୍କୁ ନିର୍ଦ୍ଦେଶ ଦେଇଛି କି, ଖାଇବା ଜିନିଷ ତିଆରି କରିବା ବେଳେ କେବଳ ଫୁଡ୍ ଗ୍ରେଡ ଏବଂ କଳଙ୍କୀ ଲାଗୁନଥିବା ଛୁରି, ବ୍ଲେଡ ଏବଂ ଅନ୍ୟ କଟିଂ ଉପକରଣ ବ୍ୟବହାର କରିବାକୁ ହେବ । ନିୟମ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ହେବ ।

FSSAI ଅନୁସାରେ, କିଛି ଫୁଡ୍ ବିଜନେସ ଅପରେଟର୍ସ ଜଙ୍କ ଲାଗିଥିବା, ଖଣ୍ଡିଆ, ପେଣ୍ଟ ହୋଇଥିବା ଖରାପ କ୍ବାଲିଟର ଛୁରି ଏବଂ ବ୍ଲେଡ ବ୍ୟବହାର କରୁଛନ୍ତି । ଏହା ଖାଇବାକୁ ଦୂଷିତ କରିବା ସହିତ ଉପଭୋକ୍ତା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ଖାଇବା ସଂପର୍କରେ ଆସୁଥିବା ସମସ୍ତ ଉପକରଣ ଫୁଡ-ଗ୍ରେଡ, କଳଙ୍କୀ ଲାଗୁନଥିବା ସାମଗ୍ରୀରୁ ତିଆରି ହୋଇଥିବା ଜରୁରୀ ।

ନୂଆ ନିୟମ ସମସ୍ତ ଉପକରଣ ଉପରେ ଲାଗୁ ହେବ, ଯାହା ଖାଇବା ଜିନିଷରେ ବ୍ୟବହାର ହେଉଛି । ଖାଇବା ଜିନିଷ କାଟିବା, ସ୍ଲାଇସିଂ, ପ୍ରୋସେସିଂ, ପ୍ୟାକେଜିଂ ପାଇଁ ତିଆରି କରାଯାଏ । ଏଥିରେ ଛୁରି, ବ୍ଲେଡ, ସ୍ଲାଇସର ମେସିନ, କଟିଂ ଉପକରଣ ଏବଂ ଫୁଡ ପ୍ରୋସେସିଂ ଟୁଲ୍ସ ମଧ୍ୟ ସାମିଲ ରହିଛି । ଏହି ଉପକରଣ ଗୁଡିକ ସଫାସୁତରା ଏବଂ ଭଲ ସ୍ଥିତିରେ ରଖିବା ଜରୁରୀ ।

କୌଣସି ହୋଟେଲ, ରେଷ୍ଟୁରାଣ୍ଟ, ଫୁଡ ଫ୍ୟାକ୍ଟ୍ରି ଏବଂ ଅନ୍ୟ ଫୁଡ୍ କାରବାର ନିୟମ ଉଲ୍ଲଙ୍ଘନ କରିଲେ ଫୁଡ୍ ସେଫ୍ଟି ଷ୍ଟାଣ୍ଡର୍ଡ ଆକ୍ଟ ୨୦୦୬ ଅଧିନରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ନୂଆ ନିୟମ ଲାଗୁ ହେବା ପରେ ଖାଇବା କ୍ବାଲିଟି ଏବଂ ସୁରକ୍ଷା ବୃଦ୍ଧି ହେବ ।

Share