2025

ପ୍ରଧାନ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିବା ଓକିଲ ନିଲମ୍ବିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବି.ଆର ଗଭଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିବା ଆଇନଜୀବୀ ରାକେଶ କିଶୋରଙ୍କୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆରୁ ନିଲମ୍ବନ କରାଯାଇଛି। ଏହି ଅବଧି ମଧ୍ୟରେ ସେ ଓକିଲାତି କରିପାରିବେ ନାହିଁ। ବିସିଆଇ ତାଙ୍କ ଲାଇସେନ୍ସ…

କଫସିରପ୍ ଖାଇ ୧୪ ଶିଶୁଙ୍କ ମୃତ୍ୟୁ ମାମଲା: ‘ଅପନା ମେଡିକାଲ ଷ୍ଟୋର୍ସ’ର ଲାଇସେନ୍ସ ରଦ୍ଦ

ଭୋପାଳ: ମଧ୍ୟ ପ୍ରଦେଶର ଛିନ୍ଦଓ୍ବାଡାରେ କଫସିରପ୍ ଖାଇ ୧୪ ଶିଶୁଙ୍କ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରସିୟାରେ ପରିଚାଳିତ ‘ଅପନା ମେଡିକାଲ ଷ୍ଟୋର୍ସ’ର ଲାଇସେନ୍ସ ରଦ୍ଦ କରାଯାଇଛି। ଏହାର ପରିଚାଳିକା ଜ୍ୟେତି ସୋନି(ଡାକ୍ତର ପ୍ରବୀଣ ସୋନିଙ୍କ ପତ୍ନୀ)। ଖାଦ୍ୟ ଏବଂ…

ନଭେମ୍ବର ୬ ଓ ୧୧ରେ ହେବ ବିହାର ନିର୍ବାଚନ, ୧୪ରେ ଫଳାଫଳ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ୧୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ସୋମବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ…

ଆରଏସଏସ ସଂସ୍ଥାପକ ହେଡଗେଓ୍ବାରଙ୍କୁ ଭାରତ ରତ୍ନ ଦେବାକୁ ମୁସଲମାନ ସଂଗଠନର ଦାବି

ନୂଆଦିଲ୍ଲୀ: ଆରଏସଏସ(ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ) ସଂସ୍ଥାପକ କେଶବ ବଳିରାମ ହେଡଗେଓ୍ବାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି ହୋଇଛି। ଏହି ଦାବି କରିଛି ଏକ ମୁସଲମାନ ସଂଗଠନ। ଉତ୍ତରପ୍ରଦେଶର ସହାରନପୁରର ଏକ ମୁଲସମାନ ସଂଗଠନ ଜମୀୟତ ହିମାୟତୁଲ…

ମେଡିସିନରେ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ୨୦୨୫ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମେଡିସିନ କ୍ଷେତ୍ରରେ ୩ ଜଣଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେମାନେ ହେଲେ ଆମେରିକାର ମେରି ଇ. ବ୍ରାଙ୍କୋ, ଫ୍ରେଡ ରାମ୍ସଡେଲ ଏବଂ ଜାପାନର ଶିମୋନ…

ମାଉଣ୍ଟ ଏଭରେଷ୍ଟରେ ତୁଷାରପାତ, ଫସିଲେ ୧୦୦୦ରୁ ଅଧିକ ପର୍ବତାରୋହୀ

ବେଜିଂ : ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟରେ ତୁଷାରପାତ ଯୋଗୁଁ ୧୦୦୦ ରୁ ଅଧିକ ପର୍ବତାରୋହୀ ଫସି ରହିଛନ୍ତି । ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ୩୫୦ ପର୍ବତାରୋହୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି…

ଟ୍ରକ୍-ବୋଲେରୋ ଧକ୍କା: ୫ ମୃତ, ୪ ଆହତ

ଛତିଶଗଡ଼ : ଛତିଶଗଡ଼ର କବିରଧାମ ଜିଲ୍ଲାରେ ମର୍ମନ୍ତୁଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଟ୍ରକ୍-ବୋଲେରୋ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ…

ଇସ୍ରାଏଲ-ହମାସଙ୍କ ଯୁଦ୍ଧବିରତିକୁ ନେଇ ଟ୍ରମ୍ପଙ୍କ ମନ୍ତବ୍ୟ, ଦ୍ରୁତ ଗତିରେ ଆଗକୁ ବଢିବାକୁ ଚେତାବନୀ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଅର୍ଥାତ୍ ଆଜି ଇସ୍ରାଏଲ ଏବଂ ହମାସକୁ ଶାନ୍ତି ଯୋଜନାରେ ତୀବ୍ରବେଗରେ ଆଗକୁ ବଢିବାକୁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ଏଥିରେ ବିଳମ୍ବ କଲେ ରକ୍ତପାତ ହେବ ବୋଲି ମଧ୍ୟ ସେ…

ନୂଆପଡ଼ା ଆସନ ପାଇଁ ମଙ୍ଗଳବାର ସୁଦ୍ଧା ପ୍ରାର୍ଥୀ ଦେବ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ବିଧାନସଭା ଉପନିର୍ବାଚନ। ସୋମବାର ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ପରେ ରାଜନୈତିକ ମହଲରେ ତତ୍ପରତା ପ୍ରକାଶ ପାଇଛି। କଂଗ୍ରେସ ଏହି ଆସନ ପାଇଁ…

କଟକ ଗଣ୍ଡଗୋଳ: ୮ ଗିରଫ

କଟକ: କଟକ ଗଣ୍ଡଗୋଳ ଘଟଣାରେ ଏଯାବତ ୮ଜଣଙ୍କୁ ଗିରଫ କରିଛି ପୁଲିସ । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ୍‍ ଦେବଦତ୍ତ ସିଂହ । ଆଗକୁ କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର ହେବ ବୋଲି କହିଛନ୍ତି । ୩ଟି ମାମଲାରେ ୮ଜଣଙ୍କୁ…