ଟ୍ରମ୍ପଙ୍କୁ ଘଣ୍ଟାଏ ଅପେକ୍ଷା କରାଇଲେ ପୁଟିନ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବଭାବ ସମସ୍ତଙ୍କୁ ଉଣାଅଧିକେ ଜଣା। ପୁଟିନଙ୍କ ସ୍ବଭାବଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ସେ ଯାହାକୁ ପସନ୍ଦ କରନ୍ତି ନାହିଁ ତାଙ୍କୁ ସାକ୍ଷାତ କରିବା ପୂର୍ବରୁ ଘଣ୍ଟା ଘଣ୍ଟା ଅପେକ୍ଷା କରାଇଥାଆନ୍ତି। ଏହି ତାଲିକାରେ…

ନାଗପୁର ହିଂସା: ୮ ଭିଏଚପି ଓ ବଜରଙ୍ଗ ଦଳ କର୍ମୀ ଗିରଫ

ନାଗପୁର : ମହାରାଷ୍ଟ୍ରର ନାଗପୁର ହିଂସା ଘଟଣାରେ ପୁଲିସ ବିଶ୍ଵ ହିନ୍ଦୁ ପରିଷଦ(ଭିଏଚପି) ଏବଂ ବଜରଙ୍ଗ ଦଳର ୮ କର୍ମୀଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ବୁଧବାର ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ କୋର୍ଟରେ…

ଚାକିରି ବଦଳରେ ଜମି ମାମଲାରେ ଇଡି ଜେରାକୁ ସାମ୍ନା କଲେ ଲାଲୁ ପ୍ରସାଦ

ପାଟ୍‌ନା: ଚର୍ଚ୍ଚିତ ‘ଚାକିରି ବଦଳରେ ଜମି’ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରୁଛି। ବୁଧବ‌ାର ଦିନ ଇଡି ଲାଲୁଙ୍କୁ ପଚରାଉଚରା କରିଥିବା ବେଳେ…

ସନ୍ତାନ ଜନ୍ମ କରିବା ପାଇଁ ବିଦେଶୀ ଯୁବତୀଙ୍କୁ କିଣୁଛି ଚୀନ୍: ମୂଲ୍ୟ ମାତ୍ର ୨ ଲକ୍ଷ

ବେଜିଂ: ଚୀନ୍‌ରେ ବିବାହ ସଙ୍କଟ ଏବେ ସରକାରଙ୍କ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପରିସଂଖ୍ୟାନ ଅନୁସାରେ ୨୦୨୪ ମସିହାରେ ଚୀନ୍‌ରେ କେବଳ ୬୧ ଲକ୍ଷ ବିବାହ ପଞ୍ଜିକୃତ ହୋଇଥିଲା, ଯେତେବେଳେ କି ୨୦୨୩ ମସିହାରେ ଏହି ସଂଖ୍ୟା ୭୭…

ଟ୍ରମ୍ପ୍‌ଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ନେଇ ଚର୍ଚ୍ଚା

ୱାଶିଂଟନ: ତିନି ବର୍ଷ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ସମସ୍ତ ପ୍ରୟାସ ବିଫଳ ହେଉଥିଲା ଏବଂ ତା’ପରେ ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଯୁଦ୍ଧ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଷ୍ଟ୍ରପତି ପଦ ଗ୍ରହଣ…

ସୁନୀତା ୱିଲିୟମ୍ସ ବସି ଫେରିଥିବାକ୍ରୁ ଡ୍ରାଗନ୍ କ୍ୟାପସୁଲର ମୂଲ୍ୟ ୧୧୭୦ କୋଟି ଟଙ୍କା

ନୂଆଦିଲ୍ଲୀ: ଅନେକଦିନର ଚେଷ୍ଟା ପରେ ୯ ମାସ ପରେ ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ ଷ୍ଟେସନରୁ ସଫଳତା ସହ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଏବଂ ତାଙ୍କର ଅନ୍ୟ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନିକ୍…

ପିଏମ୍‌ ସୂର୍ଯ୍ୟଘର ଯୋଜନା ପାଇଁ ବଢୁଛି ଆଗ୍ରହ-ଶକ୍ତିମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ପାଇଁ ଆଗ୍ରହ ବୃଦ୍ଧି ପାଉଥିବା ବେଳେ ଏଯାଏଁ ପ୍ରାୟ ୯୩ ହଜାର ୩୬୭ ଜଣ ଲୋକେ ପଞ୍ଚୀକରଣ କରିଥିବା ନେଇ ବୁଧବାର ଜଣାପଡିଛି। ପଞ୍ଚୀକରଣ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ୨୭୪୦ ଜଣ ଏହାର…

ମାର୍ଚ୍ଚ ୩୧ ପରେ ସୁଭଦ୍ରା ସର୍ଭେ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପୁଣି ସୁଭଦ୍ରାକୁ ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ରାସନ କାର୍ଡ ଏବଂ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରଥମ କିସ୍ତି ପାଇଛନ୍ତି ମାତ୍ର ଆୟ…

ରତ୍ନଭଣ୍ଡାର କମିସନଙ୍କ ରିପୋର୍ଟ: ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର କମିସନଙ୍କ ରିପୋର୍ଟ ସାର୍ବଜନୀନ ହେବ କି ନାହିଁ ଏବେବି ଦ୍ଵନ୍ଦ ଜାରି ରହିଛି। ଓଡ଼ିଶା ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହୋଇଛି। ରାଜ୍ୟ ସରକାର ଦେଇଥିବା ଦୁଇଟି ସତ୍ୟପାଠରେ ରିପୋର୍ଟ ସାର୍ବଜନୀନ ହେବ କି…

ଅପ୍ରେଲ୍‌ ୨ରୁ ସକାଳ ୭ଟାରୁ ୯ଟା ଯାଏଁ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଅପ୍ରେଲ୍‌ ୨ରୁ ସକାଳୁଆ ପାଠ ପଢ଼ା ହେବ ବୋଲି କହିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…