ଭଦ୍ରକ : ମୁକୁଳା ଡ୍ରେନ୍ ନେଲା ଜୀବନ । ଭଦ୍ରକ ଟାଉନ ଥାନା ବାଇପାସ ଅଞ୍ଚଳରେ ଅଭାବନୀୟ ଘଟଣା । ସାଳନ୍ଦୀ କେନାଲ ଡିଭିଜନ ଅଫିସ ପଛ ପଟେ ଯାଇଥିବା ଡ୍ରେନରେ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ହେଲେ ଅକ୍ଷୟ ପ୍ରଧାନ । ସାଗ ତୋଳିବାକୁ ଯାଇ ଡ୍ରେନରେ ଖସିପଡ଼ିଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ପାଇନଥିଲେ । ପରେ ମୃତଦେହ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ସହ ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ ।
