2560a25c 6000 417c 8570 e64b376e5795

ପାଟନା: ଲୋକଙ୍କ ଉପରେ ମାଡ଼ିଗଲା ଜିଲ୍ଲାପାଳଙ୍କର କାର | ବିହାରର ମଧେପୁରାରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ମଧେପୁରା ଜିଲ୍ଲାପାଳଙ୍କ କାର ଆଜି ପାଞ୍ଚ ଜଣଙ୍କ ଉପରେ ଚଢ଼ିଯାଇଥିଲା। ଫୁଲପରାସ ଟୋଲ ପ୍ଲାଜା ନିକଟରେ ଏହି ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଜିଲ୍ଲାପାଳ ଏବଂ ତାଙ୍କ ଅଧିକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିବା ସହ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ମଧୁବାନୀ ଜିଲ୍ଲାପାଳ ଅରବିନ୍ଦ କୁମାର କହିଛନ୍ତି ଯେ ସୋମବାର ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୨୭ ବର୍ଷ ବୟସ୍କା ମହିଳା, ତାଙ୍କର ୭ ବର୍ଷର ଝିଅ ଏବଂ ରାସ୍ତାରେ କାମ କରୁଥିବା ଜଣେ ଶ୍ରମିକ ଅଛନ୍ତି। ସେ କହିଛନ୍ତି ଯେ ଅଧିକାରୀଙ୍କ କାର ପ୍ରଥମେ ମହିଳା ଏବଂ ଶିଶୁକୁ ଧକ୍କା ଦେଇଥିଲା। ଏହା ପରେ, ଏହା ଏନଏଚ-୫୭ ରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଉପରେ ଚଢ଼ିଯାଇ ଡିଭାଇଡର୍ ସହିତ ଧକ୍କା ହୋଇଥିଲା | ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଜିଲ୍ଲାପାଳଙ୍କ କାର ହଠାତ୍ ମାଧେପୁରାର ଫୁଲପରାସ ଟୋଲ ପ୍ଲାଜା ନିକଟରେ ନିୟନ୍ତ୍ରଣ ହରାଇ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା | ଧକ୍କା ବାବଦରେ ଲୋକମାନେ କିଛି ବୁଝିବା ପୂର୍ବରୁ ଅଧିକାରୀ ଏବଂ ତାଙ୍କ ଡ୍ରାଇଭର ଏକ ବାଇକରେ ପଳାଇ ଯାଇଥିଲେ। ଏହି ଘଟଣା ପରେ କ୍ରୋଧିତ ଲୋକମାନେ ଜାତୀୟ ରାଜପଥ-୫୭କୁ ଅବରୋଧ କରିଛନ୍ତି |

Share