Mamata Banerjee and Mahua Moitra
BJP leader Amit Malviya alleged that TMC chief Mamata Banerjee has abandoned Mahua Moitra | Salil Bera/PTI

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତଥା ପାର୍ଟି ଅଧ୍ୟକ୍ଷା ମମତା ବାନାର୍ଜୀ କହିଛନ୍ତି ଯେ ଏହା ଗଣତନ୍ତ୍ରର ହତ୍ୟା। ଲୋକସଭାରେ ମହୁଆଙ୍କ ସଂପର୍କିତ ରାୟ ଆସିବାର କିଛି ମିନିଟ୍ ମଧ୍ୟରେ ସେ କହିଛନ୍ତି, ଗଣତନ୍ତ୍ରର ବାଇପାସ୍ ଅସ୍ତ୍ରୋପଚାର ହୋଇଛି।

ଦାର୍ଜିଲିଂର କୁର୍ସିଓଙ୍ଗରେ ମମତା ବାନାର୍ଜୀ କହିଛନ୍ତି, “ମୁଁ ଆପଣଙ୍କୁ କହୁଛି ଯେ ମହୁଆ ପରିସ୍ଥିତିର ଶିକାର ହୋଇଛନ୍ତି। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ତାଙ୍କୁ ଲୋକମାନେ ଭୋଟ ଦେଇ ନିର୍ବାଚିତ କରିଥିଲେ ।  ଆମ ଦଳ (ଟିଏମସି) ମହୁଆଙ୍କ ସହ ଅଛି । ଆମ ଦଳ ଇଣ୍ଡିଆ ମେଣ୍ଟ ସହିତ ଏକାଠି ଲଢ଼ିବ। ଗଣତନ୍ତ୍ର ପାଇଁ ଏହା ଦୁର୍ଭାଗ୍ୟଜନକ। ବିଜେପିର ଏଭଳି ମନୋଭାବ ଦେଖି ମୁଁ ଦୁଃଖିତ। ସେମାନେ କିପରି ଗଣତନ୍ତ୍ର ସହ ବିଶ୍ୱାସଘାତକତା କଲେ? ସେମାନେ ମହୁଆଙ୍କୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦେଇନଥିଲେ। ଏଥିରେ ସମ୍ପୂର୍ଣ୍ଣ ଅନ୍ୟାୟ ହୋଇଛି।

ସୂଚନାଯୋଗ୍ୟ ଯେ, ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଆଜି ଲୋକସଭାରେ ଏଥିକ୍ସ କମିଟିର ରିପୋର୍ଟ ଉପସ୍ଥାପନ ହୋଇଥିଲା । ରିପୋର୍ଟରେ ମହୁଆଙ୍କ ବହିଷ୍କାର ପାଇଁ ସୁପାରିଶ କରାଯାଇଥିଲା । ଏହି ସୁପାରିଶକୁ ଗ୍ରହଣ କରି ଲୋକସଭା ବାଚସ୍ପତି ଓମ ବିରଲା ତାଙ୍କୁ ବହିଷ୍କାର କରିଛନ୍ତି । କିନ୍ତୁ ବାଚସ୍ପତିଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଗୃହତ୍ୟାଗ କରିଥିଲେ ।

Share