1647368094 1644603585 odisha legislative assembly 750x430

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅଧିକାରୀଙ୍କ ମରୁଡ଼ି ପଡ଼ିଛି। ପଦବି ଖାଲି ଥାଇ ବି ସରକାର ଏହାକୁ ପୂରଣ କରୁନାହାନ୍ତି। ସରକାରୀ କାର୍ଯ୍ୟାଳୟରେ କେତେ ପଦବି ଖାଲି ପଡ଼ିଛି ସେନେଇ ବିଧାନସଭାର ବଜେଟ୍‌ ଅଧିବେଶନରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଲିଖିତ ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମଙ୍ଗଳବାର କହିଛନ୍ତି, ରାଜ୍ୟ ସରକାରଙ୍କ ୪୧ ବିଭାଗରେ ୯୮ ହାଜର ୩୪୮ ପଦବି ଖାଲି ପଡ଼ିଛି।
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ଘଡ଼େଇ କହିଛନ୍ତି, ସ୍ବାସ୍ଥ୍ୟ ବିଭାଗର ୨୬ ହାଜର ୮୧୫ ପଦବି ଖାଲି ପଡ଼ିଛି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ୨୧ ହାଜର ୮୪୪ ପଦବି ଖାଲି ପଡ଼ିଛି। ଗୃହ ବିଭାଗରେ ମଧ୍ୟ ୭ ହାଜର ୩୧୫ ପଦବି ଖାଲି ପଡ଼ିଛି। ସେହିପରି ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ୫ ହାଜର ୮୨୯ ପଦବି ଖାଲି ରହିଛି। ଉଚ୍ଚଶିକ୍ଷା ବିଭାଗରେ ୩ ହାଜର ୭୭୭ ପଦବି ଖାଲି। କୃଷି ବିଭାଗର ୨ ହାଜର ୮୨୧ ପଦବି ଖାଲି ପଡ଼ିଛି।

Share