Rain

କୋରାପୁଟ: କୋରାପୁଟରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ଲଗାଣ ବର୍ଷାରେ ନଦୀ ଓ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବା ବେଳେ ଯାତାୟାତ ବ୍ୟାହତ ।  ତିନି ଦିନ ଧରି କୋରାପୁଟ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି। ଫଳରେ ବିଭିନ୍ନ ନଦୀ ଓ ନାଳରେ ଜଳସ୍ରୋତ ବଢ଼ିବାରେ ଲାଗିଛି । ଆଜି ସକାଳେ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗଛ ପଡ଼ିବାରୁ କିଛି ସମୟ ପାଇଁ ଯାତାୟାତ ବନ୍ଦ ହୋଇଯାଇଥିଲା ।  ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।

କୋରାପୁଟ ସହରରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି । ଜରୁରୀ ପରିସ୍ଥିତି ପାଇଁ ସମସ୍ତ କଲ୍ୟାଣ ମଣ୍ଡପକୁ ପ୍ରସ୍ତୁତ ରଖାଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଥିବା ବେଳେ ଭୂସ୍ଖଳନ ଓ ସମ୍ଭାବ୍ୟ କ୍ଷୟକ୍ଷତି ଉପରେ ପ୍ରଶାସନ ନଜର ରଖିଛି । ଜରୁରୀ ସ୍ଥିତିରେ ସହାୟତା ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନାବଶ୍ୟକ ବାହାରକୁ ନଯିବା ଏବଂ ନଦୀ ନାଳ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Share