Untitled 43 726x430

ବେଙ୍ଗାଲୁର: କର୍ଣ୍ଣାଟକରେ ସିଦ୍ଧରମୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ବିରୋଧରେ ଦିଲ୍ଲୀ ଏବଂ ବେଙ୍ଗାଲୁରୁ ସମେତ ବିଭିନ୍ନ ସ୍ଥାନରେ ବିଜେପି ବିରୋଧ ପ୍ରଦର୍ଶନ କରିଛି। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଉଠିତ ପାଣ୍ଠି ଅବଣ୍ଟନ କରୁନାହାନ୍ତି ବୋଲି ସିଦ୍ଧରମୟା ସରକାର ଦାବି‌ କରିଥିବା ବେଳେ ତାହାର ପାଲଟା ଜବାବ ଦେଇଛି ବିଜେପି। ସିଦ୍ଧରମୟା ଏବଂ ତାଙ୍କ ସରକାର ବିରୋଧରେ ସ୍ଲୋଗାନ ଦେଇ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ କେନ୍ଦ୍ରୀୟ ପାଣ୍ଠିର ଅପବ୍ୟବହାର କରୁଛି ଏବଂ ଦୁର୍ନୀତିରେ ଜଡିତ ଅଛି।

ଦିଲ୍ଲୀରେ କର୍ଣ୍ଣାଟକର ବିଜେପି ସାଂସଦମାନେ ପ୍ଲାକାର୍ଡ ଧରି ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସିଦ୍ଧରମୟା ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି।

“କଂଗ୍ରେସ ଦୁର୍ନୀତିରେ ଜଡିତ ଅଛି ଏବଂ ଠିକ୍ ଭାବରେ ସରକାର ଚଳାଉନାହିଁ। ଆଭ୍ୟନ୍ତରୀଣ ବିବାଦ କାରଣରୁ ସେମାନେ ଏଠାକୁ ଆସିଛନ୍ତି (ଦିଲ୍ଲୀ)। ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ତାହା ହୋଇପାରିଲା ନାହଁ। ଆଭ୍ୟନ୍ତରୀଣ ବିବାଦ ହେତୁ ସେମାନେ ଏଠାକୁ ଆସିଛନ୍ତି’’ ବୋଲି ବିଜେପି ସାଂସଦ ଲେହର ସିଂ କହିଛନ୍ତି।

ଜନ୍ତରମନ୍ତରରେ କେନ୍ଦ୍ର ବିରୋଧରେ କଂଗ୍ରେସର ବିରୋଧକୁ ନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଦାବି କରିଛନ୍ତି ଯେ କର୍ଣ୍ଣାଟକ ସରକାର ଏକ ମିଥ୍ୟାବାଦୀ ସରକାର। ସେ ଏଏନ୍‌ଆଇକୁ କହିଛନ୍ତି, “କର୍ଣ୍ଣାଟକର କଂଗ୍ରେସ ସରକାର ମିଥ୍ୟାବାଦୀ ସରକାର। ରାହୁଲ ଗାନ୍ଧୀ ଭାରତ ଯୋଡା ଯାତ୍ରା କରୁଥିବା ବେଳେ କଂଗ୍ରେସ ଭାରତ ତୋଡ଼ ଯାତ୍ରା କରୁଛି।” ଏପଟେ ବେଙ୍ଗାଲୁରୁରେ ବିଜେପି ସାରା ସହରରେ ରାଲି କରି ରାଜ୍ୟକୁ ଅର୍ଥ ଆବଣ୍ଟନ ନେଇ କଂଗ୍ରେସ ସରକାରଙ୍କ ବିରୋଧରେ ବିକ୍ଷୋଭ କରିଥିଲା।

Share