Untitled 45 730x430

ଝାରଖଣ୍ଡ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ସେ ଜେଲ୍‌ରେ ଥିବା କଥା ଆପଣ ଜାଣନ୍ତି। ହେଲେ ବୁଧବାର ଦିନ ସେ ଜେଲ ଭିତରେ ଥାଇ ମଧ୍ୟ ନିଜର ବିବାହ ବାର୍ଷିକ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ପତ୍ନୀ କଳ୍ପନା ସୋରେନ ମଧ୍ୟ ହେମନ୍ତଙ୍କ ନିକଟରେ ଉପସ୍ଥିତ ଥିଲେ।

ହେମନ୍ତଙ୍କ ପତ୍ନୀ କଳ୍ପନା ବୁଧବାର ଦିନ ସକାଳେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିବାହ ବାର୍ଷିକ ପାଳନ କରିବା ଅବସରରେ କଳ୍ପନା ହେମନ୍ତଙ୍କ ନିକଟରେ ୩୦ ମିନିଟରୁ ଅଧିକ ସମୟ ରହିଥିଲେ।

ପ୍ରତିବର୍ଷ ହେମନ୍ତ ଓ କଳ୍ପନା ନିଜର ବିବାହ ବାର୍ଷିକକୁ ବେଶ୍ ଧୁମଧାମରେ ପାଳନ କରିଥାନ୍ତି । ହେଲେ ବିଡମ୍ବନାର ବିଷୟ ଚଳିତବର୍ଷ ଜେଲ ଭିତରେ ଥାଇ ହେମନ୍ତ ଏହି ଦିନକୁ ପାଳନ କରିଛନ୍ତି । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗରିଫ କରି ୫ ଦିନିଆ ରିମାଣ୍ଡରେ ନେଇଛି।

ଉଲ୍ଲେଖଯୋଗ୍ୟ, ଆଜି ହେମନ୍ତ ସୋରେନଙ୍କ ବିବାହକୁ ୧୮ ବର୍ଷ ପୂରିଛି । ଏପଟେ ଆଜି ରିମାଣ୍ଡ ଅବଧି ସମାପ୍ତ ହେଉଥିବାରୁ ଇଡି ହେମନ୍ତଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରିବ। ଏହା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି ।

Share