ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି | ଆଜି କେଜ୍ରିୱାଲ ତାଙ୍କ ସରକାରର ସଫଳତା ବାବଦରେ କହିବା ସହ କେନ୍ଦ୍ରୀୟ ଏଜେନ୍ସିଙ୍କୁ କିଭଳି ଅପବ୍ୟବହାର କରାଯାଉଛି ସେନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ | କେଜ୍ରିୱାଲ କହିଛନ୍ତି ଯେ ସେମାନେ(କେନ୍ଦ୍ର ସରକାର) ଯେତେ ଅଧିକ ଆମକୁ ଅଟକାଇବେ, ସେତେ ଅଧିକ ଆମେ କାମ କରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ମୋ ପଛରେ ଲଗାଯାଇଛି ଯେମିତି ମୁଁ ଦେଶର ଜଣେ ବଡ ଆତଙ୍କବାଦୀ। ଇଡି ଦ୍ୱାରା ଦାଖଲ ହୋଇଥିବା ଯାଚିକାକୁ ନେଇ ତାଙ୍କୁ ୧୭ ଫେବୃଆରୀରେ ହାଜର ହେବାକୁ ଦିଲ୍ଲୀର ଏକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବରେ ଇଡି କେଜ୍ରିୱାଲଙ୍କୁ ୫ଥର ସମନ କରିଥିଲେ ବି ସେ ହାଜର ହୋଇନଥିଲେ |
କେଜ୍ରିୱାଲ କହିଛନ୍ତି, ନିକଟରେ ସେମାନେ (ବିଜେପି) ଆମକୁ ରୋକିବା ପାଇଁ ଏତେ ମାମଲା ଦାୟର କରିଛନ୍ତି ଯେପରି ମୁଁ ଦେଶର ସବୁଠାରୁ ବଡ ଆତଙ୍କବାଦୀ। ସମସ୍ତ ଏଜେନ୍ସି, ପୁଲିସକୁ ମୋ ପଛରେ ଲଗାଯାଇଛି | କିନ୍ତୁ ଭଗବାନ ପୃଥିବୀର ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ଉଦ୍ଦେଶ୍ୟ ପାଇଁ ପଠାଇଛନ୍ତି | କିନ୍ତୁ ବିଜେପିର ଲକ୍ଷ୍ୟ ହେଉଛି ଯେ ମିଥ୍ୟା ମାମଲା ସୃଷ୍ଟି କରି ଲୋକମାନଙ୍କୁ କେମିତି ହଇରାଣ କରିବା | କିନ୍ତୁ ଭଗବାନ ଆପଣମାନଙ୍କ ପାଇଁ ବିଦ୍ୟାଳୟ ନିର୍ମାଣ, ବିଦ୍ୟୁତ୍ ମାଗଣାରେ ଯୋଗାଇଦେବା, ଡାକ୍ତରଖାନା ନିର୍ମାଣ କରିବା ପାଇଁ ମୋତେ ପଠାଇଛନ୍ତି।
