Rahul gandhi and narendra modi 750x430

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅବସରରେ ‌ଏବେ ଝାରସୁଗୁଡ଼ରରେ ଅଛନ୍ତି। ଏହି ସମୟରେ ଭାଷଣ ଦେଇଥିବା ବେଳେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜାତି ବିଷୟରେ ମିଥ୍ୟା କହିଛନ୍ତି ବୋଲି ପ୍ରକାଶ କରିଛନ୍ତି ରାହୁଲ।। ପ୍ରଧାନମନ୍ତ୍ରୀ ସାଧାରଣ ବର୍ଗର, ସେ ଅନ୍ୟ ପଛୁଆ ବର୍ଗ (ଓବିସି) ନୁହଁନ୍ତି ବୋଲି ରାହୁଲ ଦାବି କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି ଯେ ପିଏମ ମୋଦୀ ଓବିସି ବର୍ଗରେ ଜନ୍ମ ହୋଇନାହାଁନ୍ତି। ସେ ଗୁଜରାଟର ତେଲି ଜାତିରେ ଜନ୍ମ ହୋଇଥିଲେ।। ସେ ଅଭିଯୋଗ କରିଛନ୍ତି କି ‘‘୨୦୦୦ ମସିହାରେ ବିଜେପି ଦ୍ୱାରା ତେଲି ସମ୍ପ୍ରଦାୟକୁ ଓବିସିର ଟ୍ୟାଗ୍ ଦିଆଯାଇଥିଲା। ସେ ସାଧାରଣ ବର୍ଗରେ ଜନ୍ମ ହୋଇଥିଲେ।”
ରାହୁଲ ଗାନ୍ଧୀ ଯାତ୍ରା ସମୟରେ କହିଛନ୍ତି ଯେ ମୋଦୀ ଜାତି ଜନଗଣନାକୁ ତାଙ୍କ ସାରା ଜୀବନରେ କରିବାକୁ ଦେବେ ନାହିଁ। କାରଣ ସେ ଓବିସିରେ ଜନ୍ମ ହୋଇନଥିଲେ, ସେ ସାଧାରଣ ବର୍ଗରେ ଜନ୍ମ ହୋଇଥିଲେ। ଭାରତ ଯୋଡୋ ନ୍ୟାୟ ଯାତ୍ରା ଗୁରୁବାର ପଡୋଶୀ ଓଡ଼ିଶାରୁ ଛତିଶଗଡରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି।

ନଭେମ୍ବର ୨୦୨୩ ମସିହା ବିଧାନସଭା ନିର୍ବାଚନ ପରେ ଏହା ଗାନ୍ଧୀଙ୍କ ଛତିଶଗଡକୁ ପ୍ରଥମ ଗସ୍ତ ହେବ, ଯେଉଁଠାରେ ତାଙ୍କ ଦଳ ରାଜ୍ୟରେ କ୍ଷମତାରୁ ବହିଷ୍କୃତ ହୋଇଥିଲେ। ଦୁଇ ଦିନିଆ ବିରତି ପରେ ଜାନୁଆରି ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଫେବ୍ରୁଆରି ୧୧ ତାରିଖରେ ରାୟଗଡ, ସକତି ଏବଂ କୋରବା ଜିଲ୍ଲା ଦେଇ ଯିବ। ଫେବ୍ରୁଆରି ୧୪ ତାରିଖରେ ଏହି ଯାତ୍ରା ବଳରାମପୁରରୁ ଝାରଖଣ୍ଡକୁ ଯିବ।

Share