Puri
Jagannath Temple in Puri, 12th Century, Orissa, India. Jagannath temple hosts the annual procession of massive chariots, juggernauts, a Hindu festival

ପୁରୀ : ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟସାରା ବୁଲିଥିବା ଅର୍ପଣ ରଥରେ ଭକ୍ତ ହାତ ଖୋଲି ଦକ୍ଷିଣା ଦେଇଛନ୍ତି। ଅର୍ପଣ ରଥରୁ ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ଦକ୍ଷିଣା ଆକାରରେ ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭ ଯାଏଁ ବୁଲିଥିବା ଅର୍ପଣ ରଥରୁ ଏହି ଅର୍ଥ ସଂଗ୍ରହ ହୋଇଛି।
ଅନ୍ୟପକ୍ଷରେ ଅର୍ପଣ ରଥରୁ ଉଷୁନା ଚାଉଳ ମିଳିବା ଘଟଣାରେ ରାସ୍ତାକୁ ଓହ୍ଲାଇଛି ବିଜେପି। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେପି ଯୁବ ମୋର୍ଚ୍ଚା ବିକ୍ଷୋଭ କରୁଛି।

Share