Arrest 1707451174

ବନ୍ଧା ହେଲେ ଟିଏମସିର ପୂର୍ବ ବିଧାୟକ ଅରାବୁଲ ଇସଲାମ । ଗତ ପଞ୍ଚାୟତ ନିର୍ବାଚନରେ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ହତ୍ୟା ମାମଲାରେ ତାଙ୍କୁ ବାନ୍ଧିଛି ପୁଲିସ୍‌ ।

ଗତ ଜୁନ୍‌ ମାସରେ ଅଲ ଇଣ୍ଡିଆ ସେକ୍ୟୁଲାର ଫ୍ରଣ୍ଟ(AISF) ନେତା ମୋହିଉଦ୍ଦିନ ମୁଲ୍ଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାର ପ୍ରାଥମିକ ଯାଞ୍ଚ ବେଳେ ଅରାବୁଲ ଇସଲାମ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଘରୁ ଉଠାଇ ନେଇଛି।

ଅରାବୁଲଙ୍କ ବିରୋଧରେ ହତ୍ୟା, ବଟି ଆଦାୟ, ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଆଦି ଗୁରୁତର ଅଭିଯୋଗ ରହିଛି। ଏହା ପୂର୍ବରୁ ୨୦୧୩ ମସିହାରେ ମଧ୍ୟ ଜଣେ ବରିଷ୍ଠ ନେତାଙ୍କ ହତ୍ୟା ମାମଲାରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ନିର୍ବାଚନ ପୂର୍ବରୁ ଷଡଯନ୍ତ୍ର କରାଯାଇ ଅରାବୁଲଙ୍କୁ ଗିରଫ କରାଯାଇଥିବା ବିଜେପି ନେତା ଶୁଭେନ୍ତୁ ଅଧିକାରୀ ଆରୋପ ଲଗାଇଛନ୍ତି। ପୁଲିସ୍‌ ଆଜି ତାଙ୍କୁ ଅତିରିକ୍ତ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରିବ ରିମାଣ୍ଡରେ ନେବ ବୋଲି ଜଣାଯାଇଛି ।

ଗତ ବର୍ଷ ପଞ୍ଚାୟତ ନିର୍ବାଚନରେ ନାମାଙ୍କନ ଦାଖଲର ଶେଷ ଦିନରେ ମୋଇନୁଦ୍ଦିନ ମୋଲ୍ଲା ନାମକ ଆଇଏଫଏସ୍‌ କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ଯାଞ୍ଚ ଚାଲିଥିବା ବେଳେ ପୁଲିସ୍‌ ଅରାବୁଲଙ୍କୁ ଗିରଫ କରିଛି।

Share