Money 1702279908

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ପୋଲିସ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ଦୁର୍ଘଟଣା ସମୟରେ ରାସ୍ତାରେ ବିଛାଡି ହୋଇ ପଡ଼ିଥିବା ବାକ୍ସଗୁଡ଼ିକରୁ କୋଟି କୋଟି ଟଙ୍କା ଜବତ ହୋଇଛି। ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଛି।
ପୋଲିସର ସୂଚନାନୁସାରେ, ନଲ୍ଲର୍ଜଲା ମଣ୍ଡଳର ଅନନ୍ତପଲ୍ଲୀ ଠାରେ ଏକ ଗାଡି ଧକ୍କା ଲରି ସହ ହେବା ପରେ ଓଲଟି ପଡିଥିଲା। ସେହି ଗାଡିରେ ନଗଦ ୭ ଟି କାର୍ଡବୋର୍ଡ ବାକ୍ସ ନିଆଯାଉଥିଲା । ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। କୁହାଯାଉଛି ଯେ ଗାଡି ବିଜୟୱାଡା ଠାରୁ ବିଶାଖାପାଟନମ୍ ଆଡକୁ ଯାଉଥିଲା।

ଓଲଟି ପଡିଥିବା ଗାଡିର ଡ୍ରାଇଭର ଆହତ ହୋଇ ଚିକିତ୍ସା ପାଇଁ ଗୋପାଳପୁରମ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଲୋକମାନେ କହିଥିଲେ ଯେ ଏହି ବାକ୍ସଗୁଡ଼ିକ ୟୁରିଆର ଅଖା ମଧ୍ୟରେ ଲୁଚାଇ ରଖି ନିଆଯାଉଥିଲା ​। ସଡ଼କ ଦୁର୍ଘଟଣାରେ ମିଳିଥିବା ୭ କୋଟି ଟଙ୍କା ପୋଲିସ ଏବଂ ନିର୍ବାଚନ ଅଧିକାରୀଙ୍କ ନିଦ ହଜାଇ ଦେଇଛି । ଯେଉଁ ଗାଡିରୁ ଟଙ୍କା ଜବତ କରାଯାଇଥିଲା ତାହା ଏକ ଟାଟା ଏସ୍ ବୋଲି କୁହାଯାଉଛି।

Share