Image 1734422775 750x430

ମୟୂରଭଞ୍ଜ : ନୂଆା ଢଙ୍ଗରେ କରୁଥିଲେ ଦେଶୀ ମଦ ଚୋରା ଚାଲାଣ। ସୂଚନା ପାଇ କାବୁ କରିଛି ପୋଲିସ। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ, ୧୮୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ପୋଲିସ ସୂଚନା ମୁତବକ, ସୋମବାର ବିଳମ୍ବିତ ରାତିରେ ଖୁଣ୍ଟାରୁ ରାଜାବାବୁ ନାମକ ଯାତ୍ରୀବାହୀ ବସ୍‌ ଭୁବନେଶ୍ୱର ଯାଉଥିବା ବେଳେ ଏଥିରେ ଚାଲାଣ ହେଉଥିଲା ଦେଶୀ ମଦ।  ଦେଶୀ ମଦ ଚାଲାଣ ଖବର ପାଇ ପୋଲିସ ଉଦଳା ବସଷ୍ଟାଣ୍ଡରେ ଏହି ବସରେ ଚଢ଼ାଉ କରିଥିଲା। କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲା ପୋଲିସ।

ଏହି ଚଢାଉରେ ପୋଲିସ ୧୮୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରୁ ଦୁଇ ଜଣ ଭୁବନେଶ୍ୱର ହାଇଟେକ ଅଞ୍ଚଳର ସନ୍ୟାସୀ ବିଷୋୟୀଏବଂ ଉମାକାନ୍ତ ଦାସ ବୋଲି ଜଣାପଡିଛି। ଅନ୍ୟ  ଅଭିଯୁକ୍ତ ଜଣଙ୍କ  ଉଦଳା ଥାନା ଅମ୍ବିକାଦେଇପୁର ଅଞ୍ଚଳର ପୁଟୁ ସିଂ ବୋଲି ପରିଚୟ ମିଳିଛି।

ଭୁବନେଶ୍ୱର ଅଞ୍ଚଳର ଦୁଇବେପାରୀ ଚୋରା ଦେଶୀ ମଦ ନେବା ପାଇଁ ଭୁବନେଶ୍ୱରରୁ ବସରେ ଆସି ଖୁଣ୍ଟାରେ ପହଞ୍ଚିଥିଲେ। ସେମାନେ ଖୁଣ୍ଟା ଅଞ୍ଚଳରୁ ଦେଶୀ ମଦ ନେଇ ଭୁବନେଶ୍ୱର ଯାଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ।

Share