JEE ଆଡଭାନ୍ସ ରେଜଲ୍ଟ ପ୍ରକାଶିତ ହୋଇଛି । ଚଳିତବର୍ଷ ପରୀକ୍ଷାର ଆୟୋଜନ ଆଇଆଇଟି କାନପୁରରେ ହୋଇଥିଲା । ପରୀକ୍ଷାର୍ଥୀ ନିଜର ରେଜଲ୍ଟ ଅଫିସିଆଲ ୱେବସାଇଟ jeeadv.ac.in କୁ ଯାଇ ଚେକ୍ କରିପାରିବେ ।
ରଜିତ ଗୁପ୍ତା ଚଳିତବର୍ଷ ଅଲ ଇଣ୍ଡିଆ ରାଙ୍କ ୧ ହାସଲ କରି ସମଗ୍ର ଦେଶରେ ଟପର ହୋଇଛନ୍ତି । ତାଙ୍କ ସହିତ କୋଟାର ଅନ୍ୟ ୪ ଜଣ ଛାତ୍ର ଟପର ରହିଛନ୍ତି । ଆଇଆଇଟି ଦିଲ୍ଲୀ ଜୋନର ରଜିତ ଟପ୍ପର ହୋଇଛନ୍ତି ।
ଚଳିତବର୍ଷ ଜେଇଇ ଆଡଭାନ୍ସ ପରୀକ୍ଷା ୧୮ ମଇରେ ଦେଶର ୨୨୪ ପରୀକ୍ଷା ସେଣ୍ଟରରେ ଆୟୋଜିତ ହୋଇଥିଲା । ପରୀକ୍ଷାରେ ମୋଟ ୩୬୦ ମାର୍କର ପ୍ରଶ୍ନପତ୍ର ରହିଥିଲା । ଚଳିତବର୍ଷ ୧.୮୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା କରିଥିଲେ । ସେଥିରୁ ପାସ୍ କରିଛନ୍ତି ୫୪,୩୭୮ ।
କୋଟାରେ କୋଚିଂ ନେଉଥିବା ରଜିତ ୩୬୦ରୁ ୩୩୨ ମାର୍କ ରଖିଛନ୍ତି । ଦ୍ୱିତୀୟ ସ୍ଥାନରେ ଆଇଆଇଟି ଦିଲ୍ଲୀ ଜୋନ୍ର ସକ୍ଷମ ଜିନ୍ଦଲ ରହିଛନ୍ତି । ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ ଜୋନ୍ର ମାଜିଦ ମୁଜାହିତ, ଚତୁ୍ର୍ଥରେ ପାର୍ଥ ମନ୍ଦର ରହିଛନ୍ତି । ଦେବଦତ୍ତା ମାଝୀ ୧୬ତମ ରାଙ୍କ ହାସଲ କରି ଛାତ୍ରୀଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଜେଇଇ ଆଡଭାନ୍ସ କମନ୍ ରାଙ୍କ ଲିଷ୍ଟ (ସିଆରଏଲ) ଶୀର୍ଷ ୧୫ରେ ସମସ୍ତେ ଛାତ୍ର ରହିଛନ୍ତି।
ଚଳିତ ବର୍ଷ ପ୍ରତି ବିଷୟ ଏବଂ ମୋଟ ଜେଇଇ ଆଡଭାନ୍ସ କଟଅପ କିମିଛି । ସାଧାରଣ ରାଙ୍କ ପାଇଁ ୨୦.୫୬ ପ୍ରତିଶତ, ଜେନେରାଲ-ଇଡବଲ୍ୟୁଏସ ରାଙ୍ ଲିଷ୍ଟ ଓ ଓବିସି-ଏନସିଏଲ ପାଇଁ ୧୮.୫୦ ପ୍ରତିଶତ ରହିଛି । ସେହିପରି ଏସସି, ଏସଟି ଓ ପିଡବ୍ଲ୍ୟୁ ପାଇଁ ରାଙ୍କ ୧୦.୨୮ ପ୍ରତିଶତ ରହିଛି ।